ଲାଠୋର ଅଞ୍ଚଳରେ ଅସହାୟ ଲୋକଙ୍କୁ ରନ୍ଧା ଖାଦ୍ୟ ବଣ୍ଟନ

ପାଟଣାଗଡ଼,ଏନ୍ଏନ୍ଏସ୍: ସାରା ଦେଶରେ କରୋନା ଭୂତାଣୁ ଯୋଗୁଁ ରାଜ୍ୟରେ ଲକଡାଉନ ଘୋଷଣା ହେବା ପରେ ଲାଠୋର ଅଞ୍ଚଳରେ ଅନ୍ୟ ରାଜ୍ୟର କିଛି ଅସହାୟ ବ୍ୟକ୍ତି ଫସିରହିଛନ୍ତି। ଏ ନେଇ ଲାଠୋରର ସୁଶୀଲ କୁମାର ଅଗ୍ରୱାଲଙ୍କ ନେତୃତ୍ୱରେ କିଛି ଯୁବକ ଏକତ୍ର ହୋଇ ଫସିରହି ଥିବା ଲୋକମାନଙ୍କୁ ଶୁଖିଲା ଖାଦ୍ୟ ଦେଉଥିଲେ। କିନ୍ତୁ ସେମାନଙ୍କୁ ଶୁଖିଲା ଖାଦ୍ୟ ଯଥେଷ୍ଟ ନଥିବାରୁ ସେମାନଙ୍କୁ ରନ୍ଧା ଖାଦ୍ୟ ଭାତ, ଡାଲି ଓ ତରକାରୀ ପ୍ରସ୍ତୁତ କରି ଖାଇବାକୁ ଦେଉଥିବା ଦେଖିବାକୁ ମିଳିଛି।

ମଝିରେ ମଝିରେ ଅଣ୍ଡା ଓ ମାଛ ମଧ୍ୟ ଖାଇବାକୁ ଦେଉଛନ୍ତି। ପ୍ରତିଦିନ ଦୁଇବେଳା ୮୦ ରୁ ୯୦ ଜଣ ଲୋକଙ୍କୁ ଖାଇବାକୁ ଦିଆଯାଉଥିବା ସମାଜସେବୀ ସୁଶୀଲ ଅଗ୍ରୱାଲ ସୂଚନା ଦେଇଛନ୍ତି। ଏଥିସହ ଯେତେଦିନ ପର୍ଯ୍ୟନ୍ତ ଲକଡାଉନ ଥିବ ସେତେଦିନ ପର୍ଯ୍ୟନ୍ତ ଏହି ରନ୍ଧା ଖାଦ୍ୟ ଦିଆଯିବ ବୋଲି କହିଛନ୍ତି। ରନ୍ଧାଖାଦ୍ୟ ବଣ୍ଟନ ସମୟରେ ସହଦେଵ ଭଇସାଲ, ଆନନ୍ଦ ଅଗ୍ରୱାଲ, ଦିଲ୍ଲୀପ ନାୟକ, ଦିଲ୍ଲୀପ ବାରିକ, ଗୁପ୍ତେ ବେହେରା, ପ୍ରମିଳା ଶବର, ରଜନୀ ଶବର ପ୍ରମୁଖ ଉପସ୍ଥିତ ଥିଲେ।