କ୍ୱାରେଣ୍ଟାଇନ ସେଣ୍ଟରରେ ନାବାଳକର ମୃତ୍ୟୁ

ଭବାନୀପାଟଣା,ଏନ୍ଏନ୍ଏସ୍: କଳାହାଣ୍ଡି ଜିଲ୍ଲାରେ କ୍ୱାରେଣ୍ଟାଇନ ସେଣ୍ଟରରେ ଥିବା ଜଣେ କରୋନା ସନ୍ଦିଗ୍ଧ ୭ ବର୍ଷର ନାବାଳକର ଗତକାଲି ମୃତ୍ୟୁ ହୋଇଥିବା ନେଇ ଆଜି ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ଏକ ପ୍ରେସ ରିଲିଜ ମାଧ୍ୟମରେ ସୂଚନା ଦେଇଛନ୍ତି। ମୃତ ବାଳକ ଜଣଙ୍କ କାର୍ଲମୁଣ୍ଡା ବ୍ଲକ ରେଗଡା ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ରରେ କ୍ୱାରେଣ୍ଟଣ୍ଟରେ ଥିବା ବେଳେ ତା’ର ସ୍ୱାସ୍ଥ୍ୟ ଅସୁସ୍ଥ ହେବାରୁ ଭବାନୀପାଟଣା କୋଭିଡ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଥିଲା।

ଗତକାଲି ନାବାଳକର ମୃତ୍ୟୁ ହୋଇଥିବା ବେଳେ କୋଭିଡ ନିୟମ ମୁତାବକ ଶବ ସତ୍କାର କରିଥିବା ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ସୂଚନା ଦେଇଛନ୍ତି।