ନୂଆଦିଲ୍ଲୀ,ଏଜେନ୍ସି: ପଶ୍ଚିମବଙ୍ଗରେ ପହଞ୍ଚିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ। ଏହି ପରିପ୍ରେକ୍ଷୀରେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଏୟାରପୋର୍ଟରେ ଉପସ୍ଥିତ ରହି ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ସ୍ୱାଗତ ଜଣାଇଥିଲେ। ସେଠାରେ ମୋଦୀ ଅଧିକାରୀମାନଙ୍କ ସହ ଏକ ବୈଠକ କରିବେ। ଏହାପରେ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜିଙ୍କ ସହ ହେଲିକାପ୍ଟରରେ ବାତ୍ୟା ଅମ୍ଫାନ ପରେ ସୃଷ୍ଟି ହୋଇଥିବା ପରିସ୍ଥିତର ଅନୁସନ୍ଧାନ କରିବେ। ଏହାପରେ ଅପରାହ୍ନ ୨ଟା ୫୦ ମିନିଟରେ ଭୁବନେଶ୍ୱର ବିମାନ ବନ୍ଦରରେ ପହଞ୍ଚିବେ।
