ତାମିଲନାଡ଼ୁରୁ ରାୟଗଡାକୁ ଗଡିଲା ସ୍ୱତନ୍ତ୍ର ଟ୍ରେନ; ଘରକୁ ଫେରିଲେ ଆଉ ୨୧୬ଜଣ ପ୍ରବାସୀ

ରାୟଗଡା,ଏନ୍ଏନ୍ଏସ୍ : ତାଲାବନ୍ଦ ଯୋଗୁଁ ଦକ୍ଷିଣ ଭାରତରେ ଫସିଥିବା ପ୍ରବାସୀ ଶ୍ରମିକଙ୍କ ରେଳ ଯୋଗେ ଘର ବାହୁଡା ଜାରି ରହିଛି। ଆଜି ଚତୁର୍ଥ ପର୍ଯ୍ୟାୟ ଅପରେସନ ଶୁଭଯାତ୍ରରେ ମୋଟ ୨୧୬ଜଣ ପ୍ରବାସୀ ରାୟଗଡା ରେଳ ଷ୍ଟେସନଠାରେ ଆସି ପହଚିଂଛନ୍ତି। ପ୍ରବାସୀଙ୍କୁ ଘର ନିଜ ଘର ଅଭିମୁଖେ ଫେରାଇ ଆଣିବା ସକାଶେ ରାଜ୍ୟ ସରାକାର ଘୋଷଣା କରିଥିବା ଅପରେସନ ଶୁଭାଯାତ୍ରା ଯୋଗୁଁ ଦକ୍ଷିଣ ଭାରତରେ ରାଜ୍ୟ ଗୁଡ଼ିକରେ ଫସି ରହିଥିବା ଶତାଧିକ ପ୍ରବାସୀଙ୍କୁ ନେଇ କିଛି ଦିନ ବ୍ୟବଧାନରେ ରାୟଗଡାକୁ ଗୁଡୁଛି ସ୍ୱତନ୍ତ୍ର ଟ୍ରେନ। ଫଳରେ ଚତୁର୍ଥ ପର୍ଯ୍ୟାୟ ଅପରେସନ ଶୁଭଯାତ୍ରାରେ ରାୟଗଡା ଓ ଏହାର ପାଶ୍ୱବର୍ତି ଛଅଗୋଟି ଜିଲ୍ଲାର ମୋଟ ୧୬୦ଜଣ ପ୍ରବାସୀ ଆଜି ରେଳ ଯୋଗେ ରାୟଗଡାରେ ଆସି ପହଚିଂଥିଲେ।

ଫେରିଥିବା ସମସ୍ତ ୨୧୬ଜଣ ଯାତ୍ରୀଙ୍କୁ ବସ ଓ ଅନ୍ୟ ଚାରି ଚକିଆ ଗାଡି ଯୋଗେ ନିଜନିଜ ଜିଲାକୁ ପଠାଯାଇଛି। ଦୀର୍ଘ ଦେଢମାସରୁ ଉଦ୍ଧ୍ୱର୍ ତାଲା ବନ୍ଦ ଯୋଗୁଁ ଦକ୍ଷିଣାଚଂଳ ରାଜ୍ୟ ତାମିଲନାଡ଼ୁ ରାଜ୍ୟର ବିଭିନ୍ନ ସ୍ଥାନରେ ଫସି ରହିଥିବା ରାୟଗଡା, କୋରାପୁଟ, କନ୍ଧମାଳ,ଗଜପତି, ନବରଙ୍ଗପୁର ଓ ମାଲକାନଗିରି ଜିଲ୍ଲାର ଶ୍ରମିକମାନେ ଆଜି ସ୍ୱତନ୍ତ୍ର ଟ୍ରେନ ଯୋଗେ ରାୟଗଡା ରେଳ ଷ୍ଟେସନରେ ଆସି ପହଚିଂଥିଲେ।

ସକାଳ ୭ଟାରେ ଟ୍ରେନଟି ଷ୍ଟେସନ ପରିସରରେ ପହଚିଂବା ପରେ ଜିଲ୍ଲାପାଳ ପ୍ରମୋଦକୁମାର ବେହେରା ଓ ଅତିରିକ୍ତ ଜିଲ୍ଲାପାଳ ଶରତଚନ୍ଦ୍ର ପଣ୍ଡା, ପ୍ରକଳ୍ପ ନିର୍ଦ୍ଦେଶକ ତଥା ଜିଲ୍ଲା କୋଭିଡ ନୋଡାଲ ଅଧିକାରୀ ଅମ୍ରିତ ଋତୁରାଜ, ଉପଜିଲ୍ଲାପାଳ ପ୍ରତାପଚନ୍ଦ୍ର ପ୍ରଧାନ, ପ୍ରମୁଖ ଉପସ୍ଥିତ ରହି ପ୍ରବାସୀ ଶ୍ରମିକଙ୍କୁ ସ୍ୱାଗତ କରିଥିଲେ। ଉକ୍ତ ଟ୍ରେନରେ ଯାତ୍ର କରୁଥିବା ରାୟଗଡା ଓ ଏହାର ପାଶ୍ୱର୍ସ୍ତ ଛଅଗୋଟି ଜିଲ୍ଲାର ୨୧୬ଜଣ ପ୍ରବାସୀ ଟ୍ରେନରୁ ଓଲ୍ଲାହିବା ପରେ ଏମାନଙ୍କୁ ଶୃଙ୍ଖଳାର ସହ ସାମାଜିକ ଦ୍ୱରତ୍ୱ ବଜାୟ ରଖି ସମସ୍ତଙ୍କୁ ଥର୍ମାଲ ସ୍ରିନିଂ, ପ୍ରାଥମିକ ସ୍ୱାସ୍ଥ୍ୟ ପରୀକ୍ଷା ହେବା ସହ ପ୍ରତ୍ୟେକଙ୍କ ପଞ୍ଜିକରଣ କରାଯାଇଥିଲା।

ଏଥିସହ ସମସ୍ତଙ୍କ ହାତରେ ଅଲିଭା କାଳୀ ମଧ୍ୟ ଲଗାଯାଇଥିଲା। ଏହାପରେ ସମ୍ପୃକ୍ତ ଜିଲ୍ଲାରୁ ଆସିଥିବା ନୋଡାଲ ଅଧିକାରୀଙ୍କ ନିକଟରେ ପ୍ରବାସୀ ନିଜ ନାମ ପଞ୍ଜିକରଣ କଲା ପରେ ସେମାନଙ୍କୁ ବସ ଓ ଚାରି ଚକିଆ ଯାନରେ ନିଜନିଜ ଜିଲ୍ଲାକୁ କଡ଼ା ସୁରକ୍ଷା ମଧ୍ୟରେ ପଠାଯାଇଥିଲା।

ଏଥିରେ ନବରଙ୍ଗପୁର ଜିଲ୍ଲାର ମୋଟ ୧୨୧ଜଣ ପ୍ରବାସୀ ରହିଥିବାବେଳେ କୋରାପୁଟର ୧୧ଜଣ, ଗଜପତି ଜିଲାର ୪୧ଜଣ, କନ୍ଧମାଳ ଜିଲ୍ଲାର ୨୩ ଜଣ, ରାୟଗଡା ଜିଲ୍ଲାର ମୋଟ ୧୭ ଜଣ ଓ ମାଲକାନଗିରିର ୩ ଜଣ ପ୍ରବାସୀ ରହିଛନ୍ତି ।

ଅନ୍ୟପକ୍ଷେ ରାୟଗଡା ଜିଲ୍ଲା ସୀମା ଅତିକ୍ରମ କରି ପଡ଼ୋଶୀ ରାଜ୍ୟରୁ ଜିଲ୍ଲାକୁ ପ୍ରବେଶ କରି ବିଭିନ୍ନ ଅଭ୍ୟର୍ଥନା କେନ୍ଦ୍ର, ବିଲୁସୁ, ଅଶୋକ କଲ୍ୟଣ ମଣ୍ଡପ, ଠକରବାପା ଆଶ୍ରମ ଓ କୋଲନରା ବ୍ଲକ ସ୍ଥିତ ମିଟ୍ସରେ ଇଞ୍ଜିନିୟରିଙ୍ଗ କଲେଜରେ ରହୁଥିବା ବଲାଙ୍ଗିର ଜିଲ୍ଲାର ୬୯୨ଜଣ, ନୂଆପଡା ଜିଲ୍ଲାର ୫୯ଜଣ, ସୋନପୁର ଜିଲ୍ଲାର ୧୯ଜଣଙ୍କ ସମେତ ସମ୍ବଲପୁର ଓ ସୁନ୍ଦରଗଡ ଜିଲ୍ଲାର ଜଣେ ଏବଂ ଦେବଗଡ ଜିଲ୍ଲାର ତିନିଜଣ ମୋଟ ୭୫୬ଜଣ ପ୍ରବାସୀ ଶ୍ରମିକଙ୍କୁ ୧୬ଟି ଗାଡି ଯୋଗେ ବୁଧବାର ଜିଲ୍ଲାପାଳ ପ୍ରମୋଦକୁମାର ବେହେରାଙ୍କ ନିର୍ଦ୍ଦେଶକ୍ରମେ ଅତିରିକ୍ତ ଜିଲାପାଳ ଶରତଚନ୍ଦ୍ର ପଣ୍ଡାଙ୍କ ପ୍ରତ୍ୟେକ୍ଷ ନେତୃତ୍ୱରେ ଉପରୋକ୍ତ ଶ୍ରମିକଙ୍କୁ ନିଜ ଜିଲା ଅଭିମୁଖେ ପଠାଯାଇଥିବା ସୂଚନା ମିଳିଛି।