ରାମନାଗୁଡା,ଏନ୍ଏନ୍ଏସ୍: ରାୟଗଡ଼ା ଜିଲ୍ଲା ରାମନାଗୁଡା ବ୍ଲକ୍ ଅନ୍ତର୍ଗତ ଉକାମ୍ବା ପଞ୍ଚାୟତ ଟିକରପଡା ଆଶ୍ରମ ବିଦ୍ୟାଳୟ ସଂଗରୋଧ କେନ୍ଦ୍ରରେ ରହୁଥିବା ପ୍ରବାସୀମାନେ ପରିବେଶ ସଫାସୁତୁରା କରିବାକୁ ଅଣ୍ଟା ଭିଡିଛନ୍ତି। ଏହି ପରିପ୍ରେକ୍ଷୀରେ କ୍ୱାରେଣ୍ଟାଇନରେ ରହୁଥିବା ରାଇଗୁଡା,ସୁଭଦ୍ରାପୁର,କାରିଣୀ ଆଦି ଗ୍ରାମର ୩୩ ଜଣ ଲୋକ ସଂଗରୋଧରେ ରହି ସାମାଜିକ ଦୂରତା ବଜାୟ ରଖି କ୍ୱାରେଣ୍ଟାଇନ ଗୃହର ଚର୍ତୁପାର୍ଶ୍ବ ସଫାସୁତୁରା କରି ପରିବେଶ ସଚେତନ ସୃଷ୍ଟି କରିଛନ୍ତି।
