ଭୁବନେଶ୍ୱର,ଏନ୍ଏନ୍ଏସ୍: ରାଜ୍ୟରେ ସୁସ୍ଥ ହେଲେ ଆଉ ୩୬ କରୋନା ଆକ୍ରାନ୍ତ। ଏ ନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଟ୍ୱିଟ କରି ସୂଚନା ଦିଆଯାଇଛି। ଏଥିସହ ରାଜ୍ୟରେ ମୋଟ ସୁସ୍ଥଙ୍କ ସଂଖ୍ୟା ୩୪୩ରେ ପହଞ୍ଚିଛି।
ସୁସ୍ଥ ମାନଙ୍କ ମଧ୍ୟରେ ଗଞ୍ଜାମର ୨୩ଜଣ, ଯାଜପୁରର ୫ଜଣ, ମୟୁରଭଞ୍ଜର ୩ଜଣ, ପୁରୀ ଓ ଭଦ୍ରକରୁ ୨ଜଣ ଲେଖାଏଁ ଓ ରାଉରକେଲାରୁ ଜଣେ ସୁସ୍ଥ ହୋଇଥିବା ଜଣାପଡ଼ିଛି। ବର୍ତ୍ତମାନା ରାଜ୍ୟରେ ଆକ୍ଟିଭ କେସ୍ ୭୦୩ ରହିଛି।