ଦେବଗଡ଼,ଏନ୍ଏନ୍ଏସ୍: ସଂପ୍ରତି ସାରା ଦେଶରେ କରୋନା ସଂକ୍ରମଣକୁ ନେଇ ଜନ ସାଧାରଣ ଆତଙ୍କିତ ଥିବା ବେଳେ ଦେବଗଡ଼ ଜିଲ୍ଲାରେ ପ୍ରଥମ କରୋନା ସଂକ୍ରମଣ ବ୍ୟକ୍ତି ଚିହ୍ନଟ ହୋଇଛି। ଏହା ଜଣାପଡ଼ିବା ପରେ ଦେବଗଡ଼ ଜିଲ୍ଲାରେ ଆତଙ୍କର ବାତାବରଣ ସୃଷ୍ଟି ହୋଇଛି। ଏ ନେଇ ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଘଟଣାକୁ ଗୁରୁତ୍ୱ ଦେବା ସହ ସହ ସଂକ୍ରମିତ ଗ୍ରାମ ସମେତ କଣ୍ଟେନମେଣ୍ଟ ଘୋଷଣା ହୋଇଥିବା ୭ଟି ଗ୍ରାମକୁ ରାଜ୍ୟ ସ୍ୱାସ୍ଥ୍ୟ ବିଭାଗର ଯୁଗ୍ମ ନିର୍ଦ୍ଦେଶକ ଡାକ୍ତର ଅର୍ଘ୍ୟ ପ୍ରଧାନଙ୍କ ନେତୃତ୍ୱରେ ଜଣେ ମାଇକ୍ରୋବାୟୋଲୋଜିଷ୍ଟ ସମେତ ଭୂବନେଶ୍ୱର ଓ ବୁର୍ଲାରୁ ୬ ଜଣିଆ ଡାକ୍ତରୀ ଟିମ ଆସି ଯାଞ୍ଚ କରିଛନ୍ତି। ସେହିପରି ଏହି ଟିମ ଦେବଗଡ଼ ଜିଲ୍ଲାରେ ଖୋଲାଯାଇଥିବା କୋଭିଡ ହସପିଟାଲର ଭିତ୍ତି ଭୂମିକୁ ଯାଞ୍ଚ କରିବା ସହ ଆବଶ୍ୟକତା ଥିବା ବିଭିନ୍ନ ଉପକରଣ ଆଦି ଯୋଗାଇବା ପାଇଁ ରାଜ୍ୟ ସରକାରଙ୍କୁ ସୁପାରିଶ କରିଥିବା ଯୁଗ୍ମ ନିର୍ଦ୍ଦେଶକ ଡାକ୍ତର ଶ୍ରୀ ପ୍ରଧାନ ସୂଚନା ଦେଇଛନ୍ତି। ଯୁଗ୍ମ ନିର୍ଦ୍ଦେଶକଙ୍କ ସ୍ଥିତି ଅନୁଧ୍ୟାନ ସମୟରେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ଡାକ୍ତର ପ୍ରଭାତ କୁମାର ଓଝା ଉପସ୍ଥିତ ଥିଲେ।
