କରୋନା ସ୍ଥିତି ସମୀକ୍ଷା ପାଇଁ ଉନ୍ନୟନ କମିଶନର ଓ ୫ଟି ସଚିବଙ୍କ ଝାରସୁଗୁଡ଼ା ଓ ସୁନ୍ଦରଗଡ଼ ଗସ୍ତ

ଝାରସୁଗୁଡ଼ା,ଏନ୍ଏନ୍ଏସ୍: ଉନ୍ନୟନ କନିସନର ଆଇଏସ ସୁରେଶ ଚନ୍ଦ୍ର ମହାପାତ୍ର ଏବଂ ୫ଟି ସଚିବ ଭିକେ ପାଣ୍ଡିଆନ ଶୁକ୍ରବାର ଝାରସୁଗୁଡ଼ା ଗସ୍ତ କରିଥିଲେ। ସେମାନେ ସକାଳ ୮ଟା ୩୦ରେ ଭୁବନେଶ୍ୱର ବିଜୁପଟ୍ଟନାୟକ ବିମାନ ବନ୍ଦରରୁ ବାହାରି ୯ଟା ୨୦ରେ ଝାରସୁଗୁଡ଼ା ବୀର ସୁରେନ୍ଦ୍ର ସାଏ ବିମାନ ବନ୍ଦରକୁ ପହଞ୍ଚି ଥିଲେ। ସେଠାରୁ ଝାରସୁଗୁଡ଼ା ଜିଲ୍ଲାପାଳଙ୍କ କାର୍ଯ୍ୟାଳୟକୁ ପହଞ୍ଚି ଜିଲ୍ଲାପଳଙ୍କ ସହ କୋଭିଡ-୧୯ ମ୍ୟାନେଜମେଣ୍ଟ ସମ୍ପର୍କରେ ଆଲୋଚନା କରିଥିଲେ।

ଜିଲ୍ଲାରେ କୋଭିଡ ସଂକ୍ରମଣକୁ ରୋକିବା, ଲୋକଙ୍କୁ ସୁରକ୍ଷିତ ରଖିବା, କୋଭିଡ ହସ୍ପିଟାଲର କାର୍ଯ୍ୟକ୍ଷମ, ଜିଲ୍ଲାରୁ ବାହର ରଜ୍ୟକୁ ଯାଇଥିବା ଶ୍ରମିକ, ଛାତ୍ରଛାତ୍ରୀ, କେତେ ପର୍ଯ୍ୟଟକ ଫେରିଲେ ଓ ସେମାନଙ୍କୁ ସୁରକ୍ଷିତ ରଖିବା ବ୍ୟବସ୍ଥା ଆଦି ଉପରେ ଜିଲ୍ଲାପାଳଙ୍କ ସହ ବିସ୍ତୃତ ଭାବରେ ଆଲୋଚନା ହୋଇଥିଲା।

ଏହାପରେ ଝାରସୁଗୁଡା ବିମାନ ବନ୍ଦରରୁ ୧୦ଟାରେ ସୁନ୍ଦରଗଡ଼ ଅଭିମୁଖେ ବାହାରି ୧୦ଟା ୨୦ରେ ପହଞ୍ଚି କୋଭିଡ ହସ୍ପିଟାଲ ପରିଦର୍ଶନ କରିଥିଲେ। ପୁଣି ସୁନ୍ଦରଗଡ଼ରୁ ୧୦ଟା ୫୦ରେ ବାହାରି ଝାରସୁଗୁଡା ବିମାନ ବନ୍ଦରକୁ ୧୧ଟା ୧୦ରେ ପହଞ୍ଚିଥିଲେ। ଏହାପରେ ୧୧ଟା ୧୫ରେ ଭୁବନେଶ୍ୱର ଅଭିମୁଖେ ବାହାରି ୧୨ଟା ୫ରେ ବିଜୁ ପଟ୍ଟନାୟକ ବିମନ ବନ୍ଦରରେ ପହଞ୍ଚିଥିଲେ।