ଖଇରା,ଏନ୍ଏନ୍ଏସ୍: କରୋନା ପାଇଁ ସାରା ଦେଶ ଏବେ ଲକଡ଼ାଉନ ରହିଛି। ଯେଉଁଥିପାଇଁ ବାହାର ରାଜ୍ୟରେ ଫସି ରହିଛନ୍ତି ଦାଦନ ଶ୍ରମିକ। ସେଠାରେ ସମସ୍ତ କାର୍ଯ୍ୟ ବନ୍ଦ ହୋଇଯିବାରୁ ଫଳରେ ସେମାନଙ୍କର ମାଲିକ ଦରମା ମଧ୍ୟ ବନ୍ଦ କରିଦେଇଛନ୍ତି। ଫଳରେ ସେମାନଙ୍କ ନିକଟରେ ଟଙ୍କା ପଇସା ନଥିବାରୁ ଖାଇବା ପିଇବା ପାଇଁ ବହୁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି।
ସେହିଭଳି ବାଲେଶ୍ଵର ଜିଲ୍ଲା ଖଇରା ବ୍ଲକ୍ ଅଧିନ କୁରୁଣ୍ଟା ପଞ୍ଚାୟତ ରାଇକୁଳା ରଘୁନାଥପୁର ଗ୍ରାମର ରମାକାନ୍ତ ନାୟକ ଓ ଖାଡ଼ିଗୋଛି ଗ୍ରାମର ମିଥୁନ କୁମାର ପାତ୍ରଙ୍କ ସମେତ ୩୦ରୁ ଊର୍ଦ୍ଧ୍ୱ ଶ୍ରମିକ ନେପାଳ କାଠମାଣ୍ଡୁରେ ଖାଦ୍ୟ ନପାଇ ଭୋକ ଉପାସରେ ଫସି ରହିଥିଲେ। ଏନେଇ ଖଇରା ଅଞ୍ଚଳର କିଛି ଜନସାଧାରଣ ବିଜେପି ଯୁବମୋର୍ଚ୍ଚାର ରାଷ୍ଟ୍ରୀୟ ଉପାଧ୍ୟକ୍ଷ ଠାକୁର ରଞ୍ଜିତ ଦାସଙ୍କୁ ଏ ସମ୍ପର୍କରେ ଅବଗତ କରାଇଥିଲେ। ପରେ ଶ୍ରୀ ଦାସ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ଏ ବିଷୟରେ ଜଣାଇଥିଲେ। କେନ୍ଦ୍ରମନ୍ତ୍ରୀ ଭାରତ ଦୂତାବାସ ସହ ଯୋଗାଯୋଗ କରି ସେମାନଙ୍କ ପାଖରେ ଶୁଖିଲା ଖାଦ୍ୟ ଓ ରାସନ ସାମଗ୍ରୀ ପହଞ୍ଚାଇଛନ୍ତି।
