ରାଜ୍ୟର ଆଉ ଏକ କରୋନା ଆକ୍ରାନ୍ତ ସୁସ୍ଥ, ମୋଟ ୩୩ ସୁସ୍ଥ ହେଲେଣି

ଭୁବନେଶ୍ୱର,ଏନ୍ଏନ୍ଏସ୍: ଓଡ଼ିଶାକୁ ସାମାନ୍ୟ ଆଶ୍ୱସ୍ତି। ଆଜି ରାଜ୍ୟରେ ଆଉ ଜଣେ କରୋନା ଆକ୍ରାନ୍ତ ସୁସ୍ଥ ହୋଇଥିବା ଜଣାପଡ଼ିଛି। ଏନେଇ ରାଜ୍ୟ ସରକାରଙ୍କ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ କୁହାଯାଇଛି। ସୁସ୍ଥ ହୋଇଥିବା ଆକ୍ରାନ୍ତ ଜଣକ ଭୁବନେଶ୍ଵରର ହୋଇଥିବା ଜଣାପଡିଛି। ଏହି ସୁସ୍ଥ ହୋଇଥିବା ବ୍ୟକ୍ତିଙ୍କୁ ମିଶାଇ ଏବେ ରାଜ୍ୟରେ ୩୩ ଜଣ ସୁସ୍ଥ ହେଲେଣି। ଏଥିସହ ବର୍ତ୍ତମାନ ୪୯ ଜଣ କରୋନା ଆକ୍ରାନ୍ତ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି।