Notice: Function _load_textdomain_just_in_time was called incorrectly. Translation loading for the really-simple-ssl domain was triggered too early. This is usually an indicator for some code in the plugin or theme running too early. Translations should be loaded at the init action or later. Please see Debugging in WordPress for more information. (This message was added in version 6.7.0.) in /home/muhapqmy/public_html/wp-includes/functions.php on line 6131

Notice: Function _load_textdomain_just_in_time was called incorrectly. Translation loading for the publisher domain was triggered too early. This is usually an indicator for some code in the plugin or theme running too early. Translations should be loaded at the init action or later. Please see Debugging in WordPress for more information. (This message was added in version 6.7.0.) in /home/muhapqmy/public_html/wp-includes/functions.php on line 6131
ପ୍ରଶାସନର ଆଶ୍ରୟସ୍ଥଳୀରେ ରହୁଥିବାବେଳେ ମ୍ୟାଲେରିଆରେ ଶ୍ରମିକର ମୃତ୍ୟୁ – Nitidin
Deprecated: Function WP_Dependencies->add_data() was called with an argument that is deprecated since version 6.9.0! IE conditional comments are ignored by all supported browsers. in /home/muhapqmy/public_html/wp-includes/functions.php on line 6131

Deprecated: Function WP_Dependencies->add_data() was called with an argument that is deprecated since version 6.9.0! IE conditional comments are ignored by all supported browsers. in /home/muhapqmy/public_html/wp-includes/functions.php on line 6131

Deprecated: Function WP_Dependencies->add_data() was called with an argument that is deprecated since version 6.9.0! IE conditional comments are ignored by all supported browsers. in /home/muhapqmy/public_html/wp-includes/functions.php on line 6131

ପ୍ରଶାସନର ଆଶ୍ରୟସ୍ଥଳୀରେ ରହୁଥିବାବେଳେ ମ୍ୟାଲେରିଆରେ ଶ୍ରମିକର ମୃତ୍ୟୁ

କୋରୁକୋଣ୍ଡା,ଏନ୍ଏନ୍ଏସ୍: ଲକଡାଉନ ପୂର୍ବରୁ ଶ୍ରମିକମାନେ ଅନ୍ୟ ରାଜ୍ୟକୁ କାମ କରିବାକୁ ଯାଇଥିବା ବେଳେ କରୋନା ସମୟରେ ଶ୍ରମିକମାନେ ଚାଲି ଚାଲି ବାହାର ରାଜ୍ୟରୁ ଓଡିଶାକୁ ଫେରୁଥିବା ବେଳେ ପ୍ରଶାସନ ସେମାନଙ୍କୁ ଉଦ୍ଧାର କରି ନିକଟସ୍ଥ କ୍ୱାରେଣ୍ଟାଇନ ବା ପ୍ରଶାସନର ଆଶ୍ରୟସ୍ଥଳୀରେ ରଖିଥିଲେ। ସୂଚନା ଅନୁସାରେ ନିର୍ମାଣ କାର୍ୟ୍ୟ ଗୁଡିକ ସବୁ ବନ୍ଦ ରହିଥିବା ହେତୁ ଠିକାଦାରୀ ସଂସ୍ଥା ଗୁଡିକୁ ଶ୍ରମିକ ମାନଙ୍କୁ ସେମାନଙ୍କର ପାରିଶ୍ରମିକ ଏବଂ ଖାଇବାକୁ ନଦେଇ ହଇରାଣ ହରକତ କରିବାରୁ ବାଧ୍ୟ ହୋଇ ଶ୍ରମିକମାନେ ଚାଲି ଚାଲି ବାହାର ରାଜ୍ୟରୁ ଓଡିଶାକୁ ଫେରୁଥିଲେ। ତେବେ ଶ୍ରମିକମାନେ ଚାଲି ଚାଲି ଆସୁଥିବା ଦେଖି ପ୍ରଶାସନ ସେମାନଙ୍କୁ ଉଦ୍ଧାର କରି ନିକଟସ୍ଥ କ୍ୱାରେଣ୍ଟାଇନ ବା ପ୍ରଶାସନର ଆଶ୍ରୟସ୍ଥଳୀରେ ରôଖଥିଲା। ଏହି ସମୟରେ ଆଶ୍ରୟସ୍ଥଳୀରେ ଜଣେ ଶ୍ରମିକର ମୃତ୍ୟୁ ହୋଇଥିବା ଦେଖିବାକୁ ମିଳିଛି।

ମାଲକାନଗିରି ଜିଲ୍ଲା କୋରୁକୋଣ୍ଡା ବ୍ଲକ ଅନ୍ତର୍ଗତ ସୋମନାଥପୁର ପଞ୍ଚାୟତର ଆପନମାଳା ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ହୋଇଥିବା ଆଶ୍ରୟସ୍ଥଳୀରେ ଗତ ୧୨ ତାରିଖରେ ଶ୍ରମିକମାନଙ୍କୁ ଉଦ୍ଧାର କରି ଆପନମାଳା ଆଶ୍ରୟସ୍ଥଳୀରେ ରଖିଥିଲେ। ୧୨ ଜଣ ଶ୍ରମିକ ୧୨ ତାରିଖରୁ ଏହି ସେଣ୍ଟରରେ ରହି ଆସୁଥିବା ବେଳେ ନିଲମ ଭାତ୍ରା(୨୫) ନାମକ ଜଣେ ଶ୍ରମିକକୁ ଜ୍ୱର ହୋଇଥିଲା। ତେବେ ସବୁବେଳେ ଡାକ୍ତରୀ ଟିମ୍ ଆସି ଦେଖାଶୁଣା କରୁଥିଲେ। ମଙ୍ଗଳବାର ରାତି ୯ ଟା ସମୟରେ ଏହି ଶ୍ରମିକ ଜଣକ ବହୁ ବାନ୍ତି କରିବା ପରେ ସେଠାରେ ନିୟୋଜିତ ଥିବା ଅଧିକାରୀ ମାନେ ନିଲମକୁ ସଙ୍ଗେ ସଙ୍ଗେ କୁଡୁମୁଲୁଗୁମ୍ମା ସ୍ୱାସ୍ଥ୍ୟକେନ୍ଦ୍ରକୁ ନେଇଥିଲେ। ଡାକ୍ତର କିଛି ସମୟ ଚିକିତ୍ସା କରିବା ପରେ ନିଲମ ସେଠାରେ ମୃତ୍ୟୁବରଣ କରିଥିଲା।

ଡାକ୍ତରଙ୍କ କହିବା ଅନୁଯାୟୀ ବ୍ରେନ୍ ମ୍ୟାଲେରିଆ ହେତୁ ତାର ମୃତ୍ୟ ହୋଇଛି। ଏହାପରେ ଆଶ୍ରୟସ୍ଥଳୀରେ ଥିବା ଅନ୍ୟ ୧୧ ଜଣ ଶ୍ରମିକଙ୍କୁ ନିଜ ଘର ନବରଙ୍ଗପୁର ଜିଲ୍ଲାର କୋଷାଗୁମୁଡ଼ାକୁ ପଠାଇଦିଆଯାଇଛି। ମୃତ ବ୍ୟକ୍ତିକୁ ସରପଞ୍ଚ ମଙ୍ଗୁ ଖିଲ ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିରୁ ୨୫,୦୦୦ ଟଙ୍କାର ସହାୟତା ରାଶି ପ୍ରଦାନ କରିଛନ୍ତି। ତେବେ ଆଶ୍ରୟସ୍ଥଳୀ ରେ ରହିଥିବା ଏହି ଶ୍ରମିକମାନଙ୍କୁ ସବୁବେଳେ ମେଡିକାଲ ଟିମ ଆସି ଚିକିତ୍ସା କରୁଥିଲେ ମଧ୍ୟ କିପରି ନିଲମର ମୃତ୍ୟ ହେଲା ସେ ନେଇ ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ଏନେଇ ଆମେ କୋରୁକୋଣ୍ଡା ବିଡିଓଙ୍କୁ ପଚାରିବାରୁ ସେ କୋଭିଡ-୧୯ ପିରିୟଡ଼ ଚାଲୁଥିବା ହେତୁ ମୃତ ଶ୍ରମିକର ଶବ ବ୍ୟବଚ୍ଛେଦ ନ କରାଇ ତାକୁ ସହାୟତା ରାଶି ଦେଇ ନିଜ ଘର କୋଷାଗୁମୁଡ଼ାକୁ ପଠାଇଥିବା ଶ୍ରୀ ସରାବୁ ସୂଚନା ଦେଇଛନ୍ତି।