ନୂଆଦିଲ୍ଲୀ: କରୋନା ବିରୋଧୀ ଲଢ଼େଇରେ ନିଜ ଜୀବନକୁ ବାଜି ଲଗାଇ ନିରନ୍ତର ସେବା ଯୋଗାଉଥିବା ଡାକ୍ତରଙ୍କୁ ଲଗାତାର ଭାବେ ଆକ୍ରମଣ କରାଯାଉଛି। ସେଥିପାଇଁ ଏହାକୁ ଦୃଷ୍ଟିରେ ରଖି କେନ୍ଦ୍ର ସରକାର ଏକ ବଡ଼ ପଦକ୍ଷେପ ନେଇଛନ୍ତି। କେନ୍ଦ୍ରମନ୍ତ୍ରୀ ପ୍ରକାଶ ଜାଭଡେକର କହିଛନ୍ତି, ଡାକ୍ତରଙ୍କ ଉପରେ ହେଉଥିବା ହିଂସାକୁ କୌଣସି ବି ପରିସ୍ଥିତିରେ ବରଦାସ୍ତ କରାଯିବନି। ତେଣୁ ସେମାନଙ୍କୁ ସୁରକ୍ଷା ଦେବା ପାଇଁ ଏକ ଅଧ୍ୟାଦେଶ ଜାରି କରିବା ପାଇଁ ପଦକ୍ଷେପ ନିଆଯାଇଛି। ଏଭଳି ଅପରାଧରେ ଜାମିନ ମଞ୍ଜୁର ହେବନାହିଁ। ଅଭିଯୁକ୍ତଙ୍କୁ ୩ ମାସରୁ ୭ ବର୍ଷ ପର୍ଯ୍ୟନ୍ତ ଜେଲ ଦଣ୍ଡାଦେଶ ସହ ୫୦ ହଜାରରୁ ୨ଲକ୍ଷ ପର୍ଯ୍ୟନ୍ତ ଜୋରିମାନା ଭରିବାକୁ ପଡ଼ିବ। ଯାହା କ୍ଷତି ଘଟିବ କ୍ଷତିପୂରଣ ଆକାରରେ ଦୁଇଗୁଣା ଆଦାୟ କରାଯିବ।