ଦେବଗଡ଼,ଏନ୍ଏଡ଼୍ଏସ୍ : ସମଗ୍ର ବିଶ୍ୱରେ ଆତଙ୍କ ସୃଷ୍ଟି କରିଥିବା କରୋନା ସଂକ୍ରମଣ ରୋକିବା ନେଇ ସାମାଜିକ ଦୂରତା ଉଦ୍ଦେଶ୍ୟରେ ଦେଶକୁ ଲକଡାଉନ କରା ଯାଇଥିବା ବେଳେ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ଓ ବିଭିନ୍ନ ସଂଗଠନ ପକ୍ଷରୁ ବ୍ୟାପକ ସଚେତନତା କାର୍ଯ୍ୟକ୍ରମ ଗ୍ରହଣ କରାଯାଇଛି । ମାତ୍ର ଅନେକ ସ୍ଥାନରେ ଜନ ସାଧାରଣ ସାମାଜିକ ଦୂରତାକୁ ପାଳନ କରୁ ନ ଥିବାରୁ ରାଜ୍ୟର ଅନେକ ସ୍ଥାନରେ କରୋନା ସଂକ୍ରମଣ ସଂଖ୍ୟା କମିବାର ନାଁ’ ନେଉ ନାହିଁ । ଲକ ଡାଉନ ନିୟମ ପାଳନ ନକରି ପ୍ରତ୍ୟେକ ଦିନ ଏକାଧିକ ଜନସାଧାରଣ ଆଇନଗତ କାର୍ଯ୍ୟାନୁଷ୍ଠାନର ସମ୍ମୁଖୀନ ହେଉଥିଲେ ହେଁ ସୁଧିରୀବାର ନାଁ’ ନେଉନ ଥିବା ଦେଖିବାକୁ ମିଳୁଛି । କେତେ ବେଳେ ସାପ୍ତାହିକ ବଜାରରେ ଜନଗହଳି ତ କେତେବେଳେ ଗାଁ’ ମଣ୍ଡପ ଗୁଡିକରେ ଜନସାଧାରଣ ଗୋଟିଏ ସ୍ଥାନରେ ବସି ରହି ସାମାଜିକ ଦୂରତ୍ୱକୁ ଅଣଦେଖା କରୁଥିବା ଦେଖିବାକୁ ମିଳିଛି ।
