ଲକଡାଉନ ଅମାନ୍ୟ: ପୁଣି ବନ୍ଧା ହେଲେ ୧୯ ଅମାନିଆ, ୧୭ ବାଇକ ଜବତ

ଦେବଗଡ଼,ଏନ୍ଏନ୍ଏସ୍: କରୋନା ସଂକ୍ରମଣକୁ ରୋକିବା ପାଇଁ ସାମାଜିକ ଦୂରତା ଉଦ୍ଦେଶ୍ୟରେ ସାରାଦେଶକୁ ଲକଡାଉନ କରାଯାଇଥିବା ବେଳେ ସରକାର ଜନସାଧାରଣଙ୍କ ଠାରୁ ସହଯୋଗ କାମନା କରିଥିଲେ। ମାତ୍ର କେତେକ ଜନ ସାଧାରଣ ଲକଡାଉନ ନିୟମକୁ ଅମାନ୍ୟ କରୁଥିବାରୁ ଲକଡାଉନ ଉଦ୍ଦେଶ୍ୟର ଲକ୍ଷ୍ୟ ପୂରଣ ହେବା ନେଇ ଆଶଙ୍କା ସୃଷ୍ଟି ହୋଇଛି।

ପ୍ରତ୍ୟେକ ଦିନ ବିଭିନ୍ନ ମାଧ୍ୟମରେ ଜନସାଧାରଣଙ୍କୁ ସଚେତନ କରାଯାଉଥିବା ବେଳେ କେତେକ ଜନସାଧାରଣ ସୁଧିୁରିବାର ନାଁ ନେଉ ନାହାନ୍ତି। ଫଳରେ ପ୍ରତ୍ୟେକ ଦିନ ପୁଲିସ ପକ୍ଷରୁ ଅମାନିଆ ଲୋକଙ୍କ ବିରୋଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉଥିବା ଦେଖିବାକୁ ମିଳିଛି। ଏହି କ୍ରମରେ ଦେବଗଡ଼ ଜିଲ୍ଲାର ବିଭିନ୍ନ ଥାନା

ଅଞ୍ଚଳରେ ଲକଡାଉନ ଅମାନ୍ୟ କରିବା ଅଭିଯୋଗରେ ଗତ ୨୪ ଘଣ୍ଟା ମଧ୍ୟରେ ଦେବଗଡ଼ ଓ ବାରକୋଟ ଥାନାରେ ୨ଟି ଲେଖାଏଁ ଏବଂ ରିଆମାଳ ଓ କୁଣ୍ଢେଇଗୋଳା ଥାନାରେ ଗୋଟିଏ ଲେଖାଏଁ ମୋଟ ୬ଟି ମାମଲା ଋୁଜ୍ଜୁ ହୋଇଛି। ଏଥିସହ ୧୯ ଜଣ ବ୍ୟକ୍ତିଙ୍କୁ ପୁଲିସ ଗିରଫ କରିଛି। ସେହିପରି ସେମାନଙ୍କଠାରୁ ୧୭ଟି ବାଇକ ଜବତ କରାଯାଇଥିବା ଦେବଗଡ଼ ଆରକ୍ଷୀ ଅଧ୍ୟୀକ୍ଷକ ରାହୁଲ ଜୈନ ସୂଚନା ଦେଇଛନ୍ତି।