କରୋନା ଗୁଜବ ପ୍ରଚାର କରି କଲେଜ ଛାତ୍ର ଗିରଫ

ଭବାନୀପାଟଣା,ଏନ୍ଏନ୍ଏସ୍ : ସୋସିଆଲ ମିଡିଆରେ କରୋନା ଗୁଜବ ସୃଷ୍ଟିକରି ଲୋକଙ୍କୁ ଭୟଭିତ ଓ ଆତଙ୍କିତ କରିବା ଅଭିଯୋଗରେ ଭବାନୀପାଟଣା ଟାଉନ ପୋଲିସ ଜଣେ କଲେଜ ଛାତ୍ରକୁ ଗିରଫ କରିଛି। ଗିରଫ ଛାତ୍ର ଜଣକ ହେଉଛନ୍ତି ଭବାନୀପାଟଣାର ସୈାରଭ ମିଶ୍ର। ସେ ଗତକାଲି କରୋନା ସଂମ୍ପର୍କରେ ବିଭିନ୍ନ ସୋସିଆଲ ମିଡିଆରେ ମଥ୍ୟା ତଥ୍ୟ ଦେଇ ଗୁଜବ ସୃଷ୍ଟି କରିଥିଲେ। କଳାହାଣ୍ଡି ଜିଲ୍ଲାରେ କରୋନା ଗୁଜବ ପ୍ରଚାର ଅଭିଯୋଗରେ ଏହା ଦ୍ୱିତିୟ ଗିରଫ। ପୁର୍ବରୁ ଗୋଲାମୁଣ୍ଡା ବ୍ଲକ ଶିକ୍ଷକ ବିନ୍ଦୁ ମହନନ୍ଦକୁ ପୁଲିସ ଏଭଳି କରୋନା ଭାଇରାଲ ଅଭିଯୋଗରେ ଗିରଫ କରି କୋର୍ଟ ଚାଲାଣ କରିଥିଲେ। ଏନେଇ କଳାହାଣ୍ଡି ଆରକ୍ଷୀ ଅଧିକ୍ଷକ ବାତୁଲା ଗଙ୍ଗାଧର କରୋନା ଗୁଜବ ସୃଷ୍ଟି ନକରିବାକୁ ଜନସାଧାରଣଙ୍କୁ ପରାମର୍ଷ ଦେଇଛନ୍ତି।