ମୋବାଇଲ ଚାର୍ଜ କରିବା ସମୟରେ ବିଦ୍ୟୁତ୍ ସଂସ୍ପର୍ଶରେ ଆସି ମହିଳା ମୃତ

ପାଟଣା,ଏନ୍ଏନ୍ଏସ୍: କେନ୍ଦୁଝର ଜିଲ୍ଲା ତାଳପଦା ଗ୍ରାମରେ ଘଟିଛି ଅଘଟଣ। ମୋବାଇଲ ଚାର୍ଜ କରୁଥିବା ସମୟରେ ବିଦ୍ୟୁତ୍ ସଂସ୍ପର୍ଶରେ ଆସି ଉକ୍ତ ଗ୍ରାମର ବିକାଶ ମୁଣ୍ଡାଙ୍କ ପତ୍ନୀ ମିନାକ୍ଷୀ ମୁଣ୍ଡାଙ୍କ ମୃତ୍ୟ ଘଟିଛି। ସୂଚନା ଅନୁସାରେ ମହିଳା ଜଣଙ୍କ ମୋବାଇଲ ଚାର୍ଜ କରିବାକୁ ପ୍ଲଗରେ ଚାର୍ଚର ଲଗାଉଥିବାବେଳେ ତାଙ୍କୁ କରେଣ୍ଟ ଲାଗିଥିଲା। ଫଳରେ ସେ ଗୁରୁତର ହୋଇପଡ଼ିଥିଲେ।

ସେଠାରୁ ତାଙ୍କୁ ଗୁରୁତର ଅବସ୍ଥାରେ ପରିବାର ଲୋକେ ୧୦୮ ଯୋଗେ ପାଟଣା ଗୋଷ୍ଠୀ ସ୍ୱାସ୍ଥକେନ୍ଦ୍ରକୁ ଚିକିତ୍ସା ପାଇଁ ଆଣି ନେଇଥିଲେ। କିନ୍ତୁ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଛନ୍ତି।