Notice: Function _load_textdomain_just_in_time was called incorrectly. Translation loading for the really-simple-ssl domain was triggered too early. This is usually an indicator for some code in the plugin or theme running too early. Translations should be loaded at the init action or later. Please see Debugging in WordPress for more information. (This message was added in version 6.7.0.) in /home/muhapqmy/public_html/wp-includes/functions.php on line 6131

Notice: Function _load_textdomain_just_in_time was called incorrectly. Translation loading for the publisher domain was triggered too early. This is usually an indicator for some code in the plugin or theme running too early. Translations should be loaded at the init action or later. Please see Debugging in WordPress for more information. (This message was added in version 6.7.0.) in /home/muhapqmy/public_html/wp-includes/functions.php on line 6131
ଶୁଣିଲାନି ଜିଲ୍ଲା ପ୍ରଶାସନ : ମଦ ଜବତକରି ନଷ୍ଟକଲେ ମହିଳା – Nitidin
Deprecated: Function WP_Dependencies->add_data() was called with an argument that is deprecated since version 6.9.0! IE conditional comments are ignored by all supported browsers. in /home/muhapqmy/public_html/wp-includes/functions.php on line 6131

Deprecated: Function WP_Dependencies->add_data() was called with an argument that is deprecated since version 6.9.0! IE conditional comments are ignored by all supported browsers. in /home/muhapqmy/public_html/wp-includes/functions.php on line 6131

Deprecated: Function WP_Dependencies->add_data() was called with an argument that is deprecated since version 6.9.0! IE conditional comments are ignored by all supported browsers. in /home/muhapqmy/public_html/wp-includes/functions.php on line 6131

ଶୁଣିଲାନି ଜିଲ୍ଲା ପ୍ରଶାସନ : ମଦ ଜବତକରି ନଷ୍ଟକଲେ ମହିଳା

ଦେବଗଡ,ଏନ୍ଏନ୍ଏସ୍ : ବାରମ୍ବାର ଅଭିଯୋଗ ସତ୍ୱେ ଶୁଣିଲାନି ଜିଲା ପ୍ରଶାସନ। ପୁଲିସ ଓ ଅବକାରୀ ବିଭାଗ ମଧ୍ୟ ସବୁଜାଣି କିଛି ନଜାଣିଲା ଭଳି ଅଭିନୟ କଲେ। ଫଳରେ ଆଜି ବାଧ୍ୟହୋଇ ଆଇନକୁ ହାତକୁ ନେବାସହ କୁଚିଆ ମଦ ଦୋକାନରୁ ମଦ ଓ ହାଣ୍ଡିଆ ଜବତ କରିବାସହ ନଷ୍ଟ କରିବାକୁ ବାଧ୍ୟ ହୋଇଛନ୍ତି ଦେବଗଡ ଜିଲ୍ଲା ବାରକୋଟ ବ୍ଲକ କଣ୍ଢଳ ପଂଚାୟତ ଅନ୍ତର୍ଗତ ସମରଖାଇ ଓ ବାଘମୁଣ୍ଡା ଗ୍ରାମର ମହିଳାମାନେ।

ମିଳିଥିବା ସୂଚନା ଅନୁଯାୟୀ, ସମସ୍ତ ନୀତି ନିୟମର ଉଲଙ୍ଘନ କରାଯାଇ କଣ୍ଢଳ ପଂଚାୟତ ସଦର ମହକୁମାର ଅନତି ଦୂରରେ ରହିଥିବା ସମରଖାଇ ଛକ ତଥା ବସଷ୍ଟାଣ୍ଡ ଦେଇ ଯାଇଥିବା ୪୯ ନମ୍ବର ଜାତୀୟ ରାଜପଥ କଡରେ ଖୋଲା ଖୋଲିଭାବେ ଚାଲିଛି ବେଆଇନ ଦେଶୀମଦ ଓ ହାଣ୍ଡିଆର କୁଚିଆ ଦୋକାନ। ଫଳରେ ସମରଖାଇ ଓ ନିକଟସ୍ଥ ବାଘମୁଣ୍ଡା ଗ୍ରାମର ଲୋକେ ହାତ ପାଆନ୍ତାରେ ମଦ ପାଇବା ସହ ଏହାକୁ ପିଇ ସର୍ବସ୍ୱାନ୍ତ ହୋଇପଡୁଛନ୍ତି। ଶ୍ରମକାର୍ଯ୍ୟ କରି ଯାହା ବି ଅର୍ଥ ରୋଜଗାର କରୁଛନ୍ତି ତାହା ମଦ ପିଇବାରେ ଖର୍ଚ୍ଚ କରିଦେଉଛନ୍ତି। ଏପରିକି ମଦ୍ୟପାନ କରି ପୁରୁଷମାନେ ଗାଁ ଦାଣ୍ଡ ଓ ଛକରେ ପାଟିତୁଣ୍ଡ କରି ଗଣ୍ଡଗୋଳ ସୃଷ୍ଟି କରୁଥିବାରୁ ଗାଁରେ ଅଶାନ୍ତିକର ପରିବେଶ ସୃଷ୍ଟି ହେଉଛି । ଗାଁ ଦାଣ୍ଡରେ ଯାତାୟତ କରୁଥିବା ଝିଅ ବୋହୂମାନେ ମଧ୍ୟ ମଦ୍ୟପ ମାନଙ୍କର ବିଭିନ୍ନ ଆକ୍ଷେପ ଓ ଅଶ୍ଲିଳ ଇଙ୍ଗିତର ଶିକାର ହେଉଛନ୍ତି ।

କେବଳ ଏତିକି ନୁହେଁ ବେଆଇନ ମଦ କାରବାରରେ ପ୍ରଭାବିତ ହୋଇ କେତେକ ଶିଶୁ ଓ ସ୍କୁଲଛାତ୍ର ମଧ୍ୟ ମଦ୍ୟପାନ କରିବା ଆରମ୍ଭ କଲେଣି। ଅନ୍ୟପକ୍ଷରେ ମଦ୍ୟପ ସ୍ୱାମୀଙ୍କୁ ମଦ ପିଇବାକୁ ମନାକରି ଅନେକ ମହିଳା ନିୟମିତଭାବେ ମାଡ ଖାଇବାସହ ନିର୍ଯ୍ୟାତନାର ଶିକାର ମଧ୍ୟ ହେଉଛନ୍ତି । ଏଣୁ ସମ୍ପୃକ୍ତ ଗ୍ରାମରୁ ବେଆଇନ କୁଚିଆ ମଦ ଦୋକାନ ବନ୍ଦ କରି ଏହି ସମସ୍ୟାର ସମାଧାନ ନିମନ୍ତେ ମହିଳାମାନେ ଅନାକବାର ଦେବଗଡ ଥାନା ପୁଲିସ ଓ ଅବକାରୀ ବିଭାଗ ନିକଟରେ ଲିଖିତ ଦାବୀ ଜଣାଇଥିଲେ ମଧ୍ୟ କୌଣସି ସୁଫଳ ମିଳୁନାହିଁ । ସମ୍ପୃକ୍ତ ମହିଳାମାନେ ଏନେଇ ଖୋଦ ଜିଲାପାଳଙ୍କର ଦୃଷ୍ଟି ଆକର୍ଷଣ କରିଥିଲେ ମଧ୍ୟ ବେଆଇନ ମଦ କାରବାର ରୋକିବା ନିମନ୍ତେ କୌଣସି ପଦକ୍ଷେପ ଗ୍ରହଣ କରାଯାଉନାହିଁ।

ଫଳରେ ବାଧ୍ୟହୋଇ ଆଜି ବାଘମୁଣ୍ଡା ଗ୍ରାମର କୁମାରୀ ଭୋଇ ,ମଞ୍ଜୁ ନାୟକ ଓ ସମରଖାଇ ଗ୍ରାମର ସିନ୍ଥି ଲୁହୁରାଙ୍କ ନେତୃତ୍ୱରେ ଉଭୟ ସମରଖାଇ ଓ ବାଘମୁଣ୍ଡା ଗ୍ରାମର ମହିଳାମାନେ ସମରଖାଇ ଗ୍ରାମରେ ଏକତ୍ରିତ ହୋଇ ଗାଁ ଛକରେ ଥିବା ଏକାଧିକ ଦୋକାନ ସମେତ ବେଆଇନ ଭାବେ ବିକ୍ରି କରୁଥିବା ୫ ଜଣଙ୍କ ଘରେ ଅଚାନକ ଚଢାଉ କରିଥିଲେ । ଏଥିସହ ଚଢାଉ ସମୟରେ ମିଳିଥିବା ବହୁ ପରିମାଣର ଦେଶୀ ମଦ,କୁସୁନା,ହାଣ୍ଡିଆ ସମେତ ବ୍ୟବହୃତ ହାଣ୍ଡି,ଡେକଚି,ମାଠିଆ,ଡ୍ରମ,ବୋତଲ ଓ ଗ୍ଲାସ ଆଦି ଭାଙ୍ଗିରୁଜି ନଷ୍ଟ କରିଥିବା ଜଣାପଡିଛି। ତେବେ ପଂଚାୟତ ସଦର ମହକୁମାର ଅନତିଦୂରରେ ଜାତୀୟ ରାଜପଥ କଡରେ ଖୋଲମଖୋଲା ଭାବେ ବେଆଇନ ଦେଶୀମଦ ଓ ହାଣ୍ଡିଆ ବିକ୍ରୀହେବା ଏବଂ ବାରମ୍ବାର ଅଭିଯୋଗ ସତ୍ୱେ ବେଆଇନ ମଦ କାରବାରକୁ ରୋକିବା ପାଇଁ ଜିଲା ପ୍ରଶାସନ, ପୁଲିସ ଓ ଅବକାରୀ ବିଭାଗ କୌଣସି ପଦକ୍ଷେପ ଗ୍ରହଣ ନକରିବା ଘଟଣା ସାଧାରଣରେ ବିସ୍ମୟ ସୃଷ୍ଟି କରିଛି ।