ମୋବଇଲ ବ୍ୟାଟେରୀ ଫାଟି ବାଳକ ଆହତ

ବାଲିଗୁଡା,ଏନ୍ଏନ୍ଏସ୍ : ମୋବାଇଲ ବ୍ୟାଟେରୀ ଫାଟି ଜଣେ ବାଳକ ଆହତ ହୋଇଛନ୍ତି । ଏଭଳି ଅଭାବନୀୟ ଘଟଣା ଘଟିଛି, କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ କୋଟଗଡ ବ୍ଲକର ଗୁଗୁରମାହା ପଞ୍ଚାୟତ ମ୍ଲେନ୍ଦା ଗ୍ରାମରେ। ଆତ ବାଳକଙ୍କ ନାମ ରୁବେନ ଗୁଣ୍ଡରମାଝୀ।

ସୂଚନା ଅନୁଯାୟୀ, ଭିତେକ ଗୁଣ୍ଡରମାଝୀଙ୍କ ପୁଅ ରୁବେନ ଗୁଣ୍ଡର ମାଝୀ ମଙ୍ଗଳବାର ଦିନ ଏକ ମୋବଇଲ ବ୍ୟାଟେରୀ ଓ ପେନସିଲ ବ୍ୟାଟେରୀରେ ବଲବ ଜଳାଇବା ପାଇଁ ଚେଷ୍ଟା କରୁଥିଲା। କିନ୍ତୁ ହଠାତ ମୋବଇଲ ବ୍ୟାଟେରୀଟି ଫୁଟିଗଲା । ଘଟଣା ସ୍ଥଳରେ ରୁବେନର ହାତର ଆଙ୍ଗୁଠି, ଜଙ୍ଘ ଓ ଗୋଡ଼ରେ ଆଘାତ ହୋଇଥିଲା । ପରିବାର ଲୋକେ ଏହା ଦେଖି ସଙ୍ଗେ ସଙ୍ଗେ କୋଟଗଡ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ପ୍ରାଥମିକ ଚିକିତ୍ସା କରିବା ପରେ ଡାକ୍ତର ବାଲିଗୁଡା ଉପଖଣ୍ଡ ଚିକିତ୍ସାଳୟକୁ ପଠାଇଥିଲେ । ଏଠାରେ ରୁବେନର ସଫଳ ଚିକିତ୍ସା କରାଯାଇଥିଲା ।