ପୁଣି ଜନନୀ ଯନ୍ତ୍ରଣା : ୩ କିଲୋମିଟର ଷ୍ଟେଚରରେ ବୁହାହେଲେ ଗର୍ଭବତୀ ଜିଲ୍ଲାରାଜ୍ୟ By Nitidin On Mar 14, 2020 Share ରାୟଗଡ଼ା,ଏନ୍ଏନ୍ଏସ୍ : ପୁଣି ଜନନୀ ଯନ୍ତ୍ରଣା । ନଦୀପାରକରି ଆଣିବା ବାଟରେ ଯାଆଁଳା ସନ୍ତାନ ଜନ୍ମଦେଲେ ଗର୍ଭବତୀ ମହିଳା । ତେବେ ସେଥିମଧ୍ୟରୁ ଜଣେ ମୃତ୍ୟୁ ବରଣ କରିଥିବା ବେଳେ ଅନ୍ୟ ଶିଶୁଟି ସୁସ୍ଥ ରହିଛି । ଘଟଣା ଘଟିଛି ରାୟଗଡ଼ା ଜିଲ୍ଲା କାଶିପୁର ବ୍ଲକ କୋଡ଼ିପାରି ପଚାଂୟତ ଅନ୍ତର୍ଗତ ଆଡ଼ାଝର ଗାଁରେ । ସେହି ଗାଁର ଜନ ମାଝିଙ୍କ ଗର୍ଭବତୀ ସ୍ତ୍ରୀ ଫଗୁଣ ମାଝିଙ୍କ ଆଜି ସକାଳେ ପ୍ରସବ ବେଦନା ହୋଇଥିଲା । ପରିବାର ଲୋକେ ୧୦୨ ଆମ୍ବୁଲାନସକୁ ଯୋଗାଯୋଗ କରିଥିଲେ । ନିକଟ ଟିକିରି ଗୋଷ୍ଟି ସ୍ୱାସ୍ଥ୍ୟ କେନ୍ଦ୍ରରେ ଆମ୍ବୁଲାନସ ନଥିବା ଯୋଗୁଁ କାଶିପୁର ବ୍ଲକ ସଦର ମହକୁମାରୁ ଆମ୍ବୁଲାନସ ଆସିଥିଲା । ତେବେ ଅଡ଼ାଝର ଗାଁକୁ ରାସ୍ତା ନଥିବା ଯୋଗୁଁ ଆମ୍ବୁଲାନସଟି ନଦୀ ଆରପଟେ ରଖି ଡ଼୍ରାଇଭର ଏବଂ ଆଶାକର୍ମି ଆମ୍ବୁଲାନସରେ ଥିବା ଷ୍ଟେଚର ନେଇ ୩ କିଲୋମିଟର ଚାଲି ଚାଲି ଗାଁକୁ ଯାଇ ଫୁଲ ମାଝିକୁ ଆମ୍ବୁଲାନସକୁ ଆଣିବା ବାଟରେ ସେ ଦୁଇଟି ଯାଆାଁଳା ସନ୍ତାନ ଜନ୍ମ ଦେଇଥିଲେ । ଗୋଟିଏ ପୁତ୍ର ସନ୍ତାନ ହୋଇଥିବା ବେଳେ ଅନ୍ୟଟି କନ୍ୟା ଜନ୍ମ ନେଇଥିଲେ । ତେବେ ତାଙ୍କୁ ସେଠାରୁ ଆମ୍ବୁଲାନସ ଯୋଗେ ୧୫ କିଲୋମିଟର ଦୁର ଟିକିରି ଗୋଷ୍ଠି ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତି କରାଯାଇଥିଲା । ସେଠାରେ ଡ଼ାକ୍ତର ପରିକ୍ଷା ସମୟରେ କନ୍ୟାସନ୍ତାନଟି ମୃତ୍ୟୁବରଣ କରିଥିବା ଜଣା ପଡ଼ିଥିଲା । ତେବେ ଫଗୁଣ ମାଝି ଏବଂ ପୁତ୍ର ସନ୍ତାନ ସୁସ୍ଥ ଥିବା ଡ଼ାକ୍ତର କହିଛନ୍ତି । ସବୁଠାରୁ ବଡ଼କଥା ଜିଲ୍ଲାରେ ଗର୍ଭବତି ମହିଳାଙ୍କ ସୁରକ୍ଷିତ ପ୍ରଶବ ପାଇଁ ରାଜ୍ୟ ସରକାର ଏବଂ ଜିଲ୍ଲାପ୍ରଶାସନ ପକ୍ଷରୁ ସବୁ ବ୍ଲକରେ ଏକାଧିକ ମା ଘର ରହିଥିବା ବେଳେ ପ୍ରସବ ତାରିଖର ଢ଼େର ପୁର୍ବରୁ ଗର୍ଭବତୀ ମହିଳାଙ୍କୁ ଉକ୍ତ ମାଁ ଘରେ ରଖିବାର ବ୍ୟବସ୍ଥା ରହିଛି । ତେବେ ତୃଣମୁଳ ସ୍ତରରେ ସଚେତନତା ଅଭାବ ଯୋଗୁଁ ଏଭଳି ଘଟଣା ଘଟି ଅକାଳରେ ମା ଓ ଶିଶୁ ମୃତ୍ୟୁବରଣ କରୁଛନ୍ତି ବୋଲି କହିଛନ୍ତି ଅତିରିକ୍ତ ସ୍ୱାସ୍ଥ୍ୟ ଅଧିକାରୀ ଡ଼. ଲକ୍ଷ୍ମୀ ନାରାୟଣ ପୃଷ୍ଟି । ଫଗୁଣ ମାଝି ଘଟଣାରେ କେଉଁଠି ତୃଟି ରହିଲା ତାର ଅନୁଧ୍ୟାନ କରାଯିବ ବୋଲି କହିଛନ୍ତି ଡ଼.ପୃଷ୍ଟି । Share