ରାୟଗଡ଼ା,ଏନ୍ଏନ୍ଏସ୍ : ଦେଶରେ ଆରମ୍ଭ ହେବକୁ ଯାଉଛି ଜନଗଣନା । ସେଥିପାଇଁ ରାଜ୍ୟରେ ଆରମ୍ଭ ହୋଇଛି ପ୍ରସ୍ତୁତି । ସେଥିରୁ ବାଦ ପଡ଼ିନି ରାୟଗଡ଼ା ଜିଲ୍ଲା । ଡ଼ିପିଆସି ସଭାଗୃହରେ ୨୦୨୧ ଜନଗଣନା ପାଇଁ ରାୟଗଡ଼ା ଜିଲ୍ଲାର ସମସ୍ତ ଜିଲ୍ଲାସ୍ତରୀୟ ଅଧିକାରୀ, ଚାର୍ଜଅଫିସର ଏବଂ ଅତିରିକ୍ତ ଚାର୍ଜ ଅଫିସର ମାନଙ୍କ ଗୃହଗଣନା ଓ ଗୃହ ତାଲିକା ପ୍ରସ୍ତୁତି ଏବଂ ରାଷ୍ଟୀୟ ଜନସଂଖ୍ୟା ରେଜିଷ୍ଟାରଙ୍କ ଗାଇଡ଼ ଲାଇନ ଅନୁଯାୟୀ ଦୁଇଦିନିଆ ପ୍ରଶିକ୍ଷଣ ଶିବିର ଉଦଯାପିତ ହୋଇଯାଇଛି । ଏହି ଶିବିରକୁ ଜିଲ୍ଲାପାଳ ପ୍ରମୋଦ କୁମାର ବେହେରା ଆନୁଷ୍ଟାନିକ ଭାବେ ଉଦଘାଟନ କରିଥିବା ବେଳେ ପିଡ଼ି ଡ଼ିଆଡ଼ିଏ ଅମୃତ ରୁତୁରାଜ ଉଦଯାପନ କରିଛନ୍ତି ।
ଏହି ଅବସରରେ ଜିଲ୍ଲା ସମସ୍ତ ଜନଗଣନା ଅଧିକାରିଙ୍କୁ ସମ୍ଭୋଧନ କରି ମୋବାଇଲ ଆପ ଦ୍ୱାରା ଜିଲ୍ଲାର ୨୦୨୧ ଜନଗଣନା କରିବା ପାଇଁ ଆହ୍ୱାନ ଦେଇଥିଲେ । ଜିଲ୍ଲାର ଭାରପ୍ରାପ୍ତ ଅତିରିକ୍ତ ଜିଲ୍ଲାପାଳ ତଥା ପିଡ଼ି ଡ଼ିଆରଡ଼ିଏ ଅମୃତ ରୁତୁରାଜ ଗୃହ ତାଲିକା ଓ ଗୃହ ଗଣନାରେ ଦିଆଯାଇଥିବା ପ୍ରଶ୍ନଗୁଡ଼ିକୁ ଠିକ ଭାବେ କ୍ଷେତ୍ର ଅଧ୍ୟୟନ ଦ୍ୱାରା ଜନଗଣନା କାରିମାନେ ଚାର୍ଜ ଅଫିସରଙ୍କ ତତ୍ୱାବଧାନରେ ନିଦ୍ଧାରିତ ସମୟ ଏବଂ ଅବଧି ମଧ୍ୟରେ ଜନଗଣନା ବିଭାଗ ଏବଂ ସରକାରଙ୍କୁ ପ୍ରଦାନ କଲେ ଜନଗଣନାର ସୁଫଳ ମିଳିପାରିବ ବୋଲି ଆଶ ପ୍ରକଟ କରିଥିଲେ ।
ଉପଜିଲ୍ଲାପାଳ ରାୟଗଡ଼ା ଏବଂ ଗୁଣପୁର ଆଲୋଚନାରେ ଅଶଂଗ୍ରହଣ କରି ଜିଲ୍ଲାପ୍ରଶାସନ ତଥା ଜନଗଣନା ବିଭାଗକୁ ସହୋଯୋଗ କରିବା ନିମନ୍ତେ ଜିଲ୍ଲା ଅଧିକାରି ମାନଙ୍କୁ ଅନୁରୋଧ କରିଥିଲେ । ଏହି ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଭାରତ ସରକାରଙ୍କ ଗୃହମନ୍ତ୍ରଣାଳୟ ଅଧିନସ୍ଥ ଜନଗଣନା ନିର୍ଦ୍ଧେଶାଳୟ ଓଡ଼ିଶା ପକ୍ଷରୁ ଉପନିର୍ଦ୍ଧେଶକ ଡ଼ା. ଅଭୟ ନାରାୟଣ ନାୟକ ଏବଂ ପରିସଂକ୍ଷାନ ଅଧିକାରୀ ବି.ଟି. ରାଓ ଗୃହ ତାଲିକା , ଗୃହଗଣନା ଏବଂ ମୋବାଇଲ ଆପ ସମଦ୍ଧରେ ତାଲିମ ପ୍ରଦାନ କରିଥିଲେ ।