ପୁଣି ତାତିଲେ ଚାଷୀ : ୪୯ ନମ୍ବର ରାଜପଥ ଅବରୋଧ କଲେ ଜିଲ୍ଲା By Nitidin Last updated Mar 12, 2020 Share ପାଟଣା,ଏନ୍ଏନ୍ଏସ୍ : ପୁଣି ତାତିଲେ ଚାଷୀ । ଟୁକନ ପାଇ ମଧ୍ୟ ଧାନ ବିକ୍ରି କରି ନ ପରିବାରୁ କେନ୍ଦୁଝର ଜିଲ୍ଲା ପାଟଣା ବ୍ଲକ ରାଜନଗର ଲ୍ୟାମର ଚେମେଣା ଶାଖା କାର୍ୟ୍ୟାଳୟରେ ଚାଷୀମାନେ ତାଲା ପକାଇ କାର୍ୟ୍ୟାଳୟ ସମ୍ମୁଖରେ ଧାରଣା ବସିବା ସହିତ ୪୯ ନମ୍ବର ରାଜପଥକୁ ଅବରୋଧ କରିଛନ୍ତି । ଅଭିଯୋଗ ଅନୁଯାୟୀ, ଚଳିତ ବର୍ଷ ଚେମେଣା ଲ୍ୟାମ୍ପରେ ୧୮୨୩ ଜଣ ଚାଷୀ ଧାନ ବିକ୍ରି କରିବା ପାଇଁ ରେଜିଷ୍ଟ୍ରେସନ କରିଥିଲେ । ସେଥି ମଧ୍ୟରୁ ୧୬୧୮ ଜଣ ଚାଷୀ ଧାନ ବିକ୍ରି କରିବା କୁ ଟୁକନ ପାଇଥିଲେ। କିନ୍ତୁ ୧୦୦୦ ଜଣ ଚାଷୀ ଧାନ ବିକ୍ରି କରିଥିବା ବେଳେ ଆଉ ୬୧୮ ଜଣ ଚାଷୀ ଟୁକୁନ ପାଇ ମଧ୍ୟ ଧାନ ବିକ୍ରି କରି ପାରି ନାହାଁନ୍ତି। ସେପଟେ ଧାନ ବିକ୍ରି କରିବା ପାଇଁ ଲ୍ୟାମ୍ପକୁ ଚାଷୀ ଆସିଲେ ଲ୍ୟାମ୍ପ କର୍ତ୍ତୃପକ୍ଷ ଧାନ ନେବାପାଇଁ ମନା କରିବା ସହ ସରକାରଙ୍କ ଧାନକିଣା ପାଇଁ ହୋଇଥିବା ଧାର୍ୟ୍ୟ ଲକ୍ଷ ସମ୍ପୁର୍ଣ୍ଣ ହୋଇଯାଇ ବୋଲି କହୁଛନ୍ତି । ଏହାକୁ ବିରୋଧ କରି ଚାଷୀ ଲ୍ୟାମ୍ପରେ ତାଲା ପକାଇବା ସହିତ ରାଜପଥ ଅବରୋଧ କରିଛନ୍ତି । ଯେ ପର୍ୟ୍ୟନ୍ତ ଚାଷୀଙ୍କ ଧାନ କିଣା ନଯିବ ସେ ପର୍ୟ୍ୟନ୍ତ ଚାଷୀ ଆନ୍ଦୋଳନରୁ ହଟିବେ ନାହିଁ ବୋଲି ଦାବି କରିଛନ୍ତି । Share