ବାଲେଶ୍ଵର,ଏନ୍ଏନ୍ଏସ୍: ବାଲେଶ୍ୱର ଜିଲ୍ଲା ଭୋଗରାଇ ସ୍ଥିତ ରଣସିଂହ ଗ୍ରାମରେ ବିଷାକ୍ତ ଚା’ ପିଇ ୧୫ ଜଣ ଗୁରୁତର ହୋଇଛନ୍ତି। ଗୁରୁତରଙ୍କୁ ପ୍ରଥମେ ଶ୍ରଦ୍ଧାପୁର ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା। ସେଠାରେ ୭ ଜଣଙ୍କର ସ୍ୱାସ୍ଥ୍ୟାବସ୍ଥା ଗୁରୁତର ହେବାରୁ ତାଙ୍କୁ ଭୋଗରାଇ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଛି।
ରଣସିଂହପୁର ଗାଁରେ ଆଜି ସକାଳୁ ଏକ ଅଭାବନୀୟ ଘଟଣା ଘଟିଛି। ଉକ୍ତ ଗ୍ରାମର ଜଣେ ଜୈନିକ ବ୍ୟକ୍ତିଙ୍କ ବିବାହ କାର୍ୟ୍ୟକ୍ରମ ହେଉଥିଲା। ଗ୍ରାମବାସୀମାନେ ଭୋଜି ପ୍ରସ୍ତୁତି ପାଇଁ ଯାଇଥିଲେ। ସେମାନଙ୍କୁ ଚା’ ପ୍ରସ୍ତୁତ କରି ଦିଆଯାଇଥିଲା। ସେହି ଚା’ ପିଇବା ପରେ ୧୫ ଜଣ ଗୁରୁତର ହୋଇଥିଲେ। ସେମାନଙ୍କୁ ପ୍ରଥମେ ଶ୍ରଦ୍ଧାପୁର ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା ପରେ ୭ ଜଣଙ୍କ ଅବସ୍ଥା ସଙ୍କଟାପନ୍ନ ହେବାରୁ ଗୁରୁତରଙ୍କୁ ଭୋଗରାଇ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଛି। ତେବେ ଚା’ ତିଆରି ବେଳେ ସେଥିରେ କୀଟନାଶକ ପଡିଥିବା ସନ୍ଦେହ କରାଯାଉଛି।