ବାଲେଶ୍ୱର,ଏନ୍ଏନ୍ଏସ୍: ବାଲେଶ୍ୱର ଜିଲ୍ଲା ସଦର ଥାନା ଅନ୍ତର୍ଗତ ସିନ୍ଧିଆ ପଞ୍ଚାୟତର ଆଙ୍ଗୌଳା ଗ୍ରାମର ଏକ ଖୋଲା ପଡ଼ିଆରେ ରକ୍ତାକ୍ତ ଅବସ୍ଥାରେ ଜଣେ ଯୁବକର ମୃତଦେହ ପଡ଼ିଥିବା ଦେଖିବାକୁ ମିଳିଥିଲା। ଏ ନେଇ ସ୍ଥାନୀୟ ଲୋକମାନେ ପୁଲିସକୁ ଖବର ଦେଇଥିଲେ। ପରେ ଘଟଣାସ୍ଥଳରେ ପୁଲିସ ପହଞ୍ଚି ମୃତ ଦେହକୁ ଜବତ କରିବା ବ୍ୟବଚ୍ଛେଦ ପାଇଁ ପଠାଇଛି। ତେବେ ମୃତକ ଜଣଙ୍କ ଟୁନା ସିଂହ ବୋଲି ଜଣାପଡ଼ିଛି।
ଏକତରଫା ପ୍ରେମରୁ ହତ୍ୟାକାଣ୍ଡ ଘଟିଥିବା ସାଧାରଣରେ ଚର୍ଚ୍ଚା ହେଉଥିବା ବେଳେ ଯୁବକ ଜଣଙ୍କ ଶରୀରର ବିଭିନ୍ନ ସ୍ଥାନରେ କ୍ଷତ ବିକ୍ଷତ ହୋଇଥିବା ଦେଖିବାକୁ ମିଳିଛି। ଏହି ଘଟଣାରେ ପୁଲିସ ଟୁନାର ଭାଉଜଙ୍କୁ ଥାନାକୁ ଡକାଇ ପଚରା ଉଚୁରା କରିବା ସହ ଘଟଣାର ତଦନ୍ତ ଆରମ୍ଭ କରିଛି।