ଖେଳୁଥିବା ସମୟରେ ପରିତ୍ୟକ୍ତ କୁଅରେ ପଡି ଦୁଇ ବର୍ଷର ଶିଶୁପୁତ୍ର ମୃତ ଜିଲ୍ଲା By Nitidin Last updated Mar 9, 2020 Share ପାଟଣା,ଏନ୍ଏନ୍ଏସ୍: କେନ୍ଦୁଝର ଜିଲ୍ଲା ତୁରୁମୁଙ୍ଗା ଥାନା ଖିରେଇଟାଙ୍ଗିରି ଗ୍ରାମର ମୁଣ୍ଡା ସାହିରେ ଘଟିଛି ଆଘଟଣ। ଗ୍ରାମର ଟୁନା ମୁଣ୍ଡାଙ୍କ ଦୁଇ ବର୍ଷର ଶିଶୁ ପୁତ୍ର ଜଗା ମୁଣ୍ଡା ଖେଳୁଥିବା ସମୟରେ ଘର ପାଖରେ ଥିବା ଏକ ପରିତ୍ୟକ୍ତ କୂଅରେ ପଡି ଯାଇଥିଲା। ପରିବାର ଲୋକେ ଜାଣିବା ପରେ ଉଦ୍ଧାର କରି କେନ୍ଦୁଝର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ନେଇଥିଲେ କିନ୍ତୁ ଡାକ୍ତର ଶିଶୁପୁତ୍ରକୁ ମୃତ ଘୋଷଣା କରିଛନ୍ତି। ଖବରପାଇ ତୁରୁମୁଙ୍ଗା ପୁଲିସ ମେଡିକାଲରେ ପହଞ୍ଚି ମୃତଦେହକୁ ଜବତ କରି ତଦନ୍ତ ଚଳାଇଛି। ଏ ଘଟଣାକୁ ନେଇ ଗ୍ରାମରେ ଶୋକାକୂଳ ପରିବେଶ ସୃଷ୍ଟି ହୋଇଛି। Share