ଜିଲ୍ଲା ପୁଲିସ ପକ୍ଷରୁ ଆନ୍ତର୍ଜାତୀୟ ମହିଳା ଦିବସ ପାଳିତ

ଦେବଗଡ଼,ଏନ୍ଏନ୍ଏସ୍: ଜିଲ୍ଲା ପୁଲିସ ପକ୍ଷରୁ ସ୍ଥାନୀୟ ପୁଲିସ ମୁଖ୍ୟାଳୟ ଠାରେ ଆନ୍ତର୍ଜାତୀୟ ମହିଳା ଦିବସ ପାଳିତ ହୋଇଯାଇଛି। ଏହି ଅବସରରେ ଦେବଗଡ଼ ଆରକ୍ଷୀ ଅଧ୍ୟୀକ୍ଷକ ରାହୁଲ ଜୈନଙ୍କ ଅଧ୍ୟକ୍ଷତାରେ ଆୟୋଜିତ ସଭାରେ ଜିଲ୍ଲା ପୁଲିସର ବହୁ ବରିଷ୍ଠ ମହିଳା ଅଧିକାରୀ ଏବଂ କର୍ମଚାରୀ ଉପସ୍ଥିତ ରହି ଦିବସ ପାଳନର ତାତ୍ପର୍ଯ୍ୟ ସମ୍ପର୍କରେ ଆଲୋକପାତ କରିଥିଲେ।

ସାମ୍ପ୍ରତିକ ସମାଜରେ ମହିଳା ଓ ପୁରୁଷଙ୍କ ମଧ୍ୟରେ ଦକ୍ଷତା କ୍ଷେତ୍ରରେ କୌଣସି ଲିଙ୍ଗଗତ ତାରତମ୍ୟ ରହୁନଥିବା ବେଳେ ପୁରୁଷଙ୍କ ତୁଳନାରେ ମହିଳାଙ୍କ ସହଭାଗିତା ରହିଥିବାରୁ ଏହା ସମାଜ ପାଇଁ ଏକ ଶୁଭବାର୍ତ୍ତା ବୋଲି ମତ ବ୍ୟକ୍ତ କରିଥିଲେ। ପୁଲିସ ବିଭାଗରେ ଅନ୍ୟ ରାଜ୍ୟ ତୁଳନାରେ ଓଡ଼ିଶାରେ ମହିଳାଙ୍କ ସଂଖ୍ୟା ଯଥେଷ୍ଟ ଆଗରେ ରହିଥିବା ଏସପି ଶ୍ରୀ ଜୈନ ପ୍ରକାଶ କରିବା ସହ ଜିଲ୍ଲାରେ ଅବସ୍ଥାପିତ ମହିଳା ଅଧିକାରୀ ଓ ପୁଲିସ ବଳ ବହୁ ଦକ୍ଷ ଥିବା ମତବ୍ୟକ୍ତ କରିଥିଲେ।