ବଦଳିଗଲା ମୋଦୀଙ୍କ ସୋସିଆଲ ମିଡିଆ ଛାଡିବା ନିଷ୍ପତ୍ତି

ନୂଆଦିଲ୍ଲୀ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସୋସିଆଲ ମିଡିଆ ଛାଡିବା ନେଇ ହୋଇଥିବା କଳ୍ପନା ଜଳ୍ପନାର ଅନ୍ତ ଘଟିଛି । ସୋସିଆଲ ମିଡିଆ ଆକାଉଣ୍ଟ ଛାଡିବାକୁ ଯାଉନାହାଁନ୍ତି । ବରଂ ସେହି ମହିଳାମାନଙ୍କୁ ତାଙ୍କ ଆକାଉଣ୍ଟ ଦେବାକୁ ଚାହୁଁଛନ୍ତି, ଯେଉଁମାନଙ୍କ କାର୍ଯ୍ୟ ଏବଂ ଜୀବନ ଆମକୁ ପ୍ରେରଣା ଦେଇଛି । ମାର୍ଚ୍ଚ ୮ରେ ଥିବା ଆନ୍ତର୍ଜାତୀୟ ମହିଳା ଦିବସ ଅବସରରେ ସେହି ମହିଳାମାନେ ମୋଦୀଙ୍କ ସୋସିଆଲ ମିଡିଆ ଆକାଉଣ୍ଟ ବ୍ୟବହାର କରିପାରିବେ ବୋଲି ମୋଦୀ ନିଜେ ଟ୍ୱିଟର ମାଧ୍ୟମରେ ଏହି ବିଷୟରେ ସୂଚନା ଦେଇଛନ୍ତି । ସେ ଟ୍ୱିଟରରେ ଲେଖିଛନ୍ତି ଯେ, ମହିଳା ଦିବସ ଅବସରରେ ମୁଁ ନିଜ ସୋସିଆଲ ମିଡିଆ ଆକାଉଣ୍ଟକୁ ସେହି ମହିଳାମାନଙ୍କୁ ଦେବି ଯାହାର ଜୀବନ ଏବଂ କାର୍ଯ୍ୟ ଆମକୁ ପ୍ରେରଣା ଯୋଗାଇଛି । ଏହା ସେମାନଙ୍କୁ ଲକ୍ଷ ଲକ୍ଷ ଲୋକଙ୍କ ମଧ୍ୟରେ ପ୍ରେରଣା ଯୋଗାଇବାରେ ସାହାଯ୍ୟ କରିବ ।