ମା’ ବିଳମ୍ବର କାରଣ ପଚାରିବାରୁ ଝିଅ କଲା ଆତ୍ମହତ୍ୟା

ପାଟଣା,ଏନ୍ଏନ୍ଏସ୍ : କେନ୍ଦୁଝର ଜିଲ୍ଲା ପାଟଣା ଥାନା ସୋରାସ କେଲା ଗ୍ରାମରେ ଘଟିଛି ଏକ ଅଭାବନୀୟ ଘଟଣା । ମାମୁଁ ଘରକୁ ଆସି ଭାଣିଜୀ କିଟନାଶକ ଖାଇ ଆତ୍ମହତ୍ୟା କରିଛି । ମୃତକ ହେଉଛନ୍ତି ତୁରୁମୁଙ୍ଗା ଥାନା କଣ୍ଟିଆପଡା ପଞ୍ଚାୟତ ପାଟଧନୁର୍ୟ୍ୟପୁର ଗ୍ରାମର ରଙ୍ଗାଧର ମୁଣ୍ଡାଙ୍କ ଝିଅ ସଂଧ୍ୟାରାଣୀ ମୁଣ୍ଡା(୧୮) ।

ମିଳିଥିବା ସୂଚନା ଅନୁସାରେ, ସାଧ୍ୟରାଣୀ ଜଙ୍ଗଲରୁ ପତ୍ର ଆଣିବାକୁ ଯାଇ ଘରକୁ ବିଳମ୍ବରେ ଫେରିଥିଲେ। ମା’ ବିଳମ୍ବର କାରଣ ପଚାରିବାରୁ ଉଭୟ ମା ଓ ଝିଅଙ୍କ ମଧ୍ୟରେ ବଚସା ହୋଇଥିଲା । ଏଥିରେ ଝିଅ ରାଗି ଯାଇ ମାମୁଁ ଘର ପାଟଣା ଥାନା ସୋରାସ କେଲାକୁ ପଳାଇ ଆସି ଗତକାଲି ସଂନ୍ଧ୍ୟାରେ କିଟନାଶକ ପିଇ ଦେଇଥିଲେ । ଗୁରୁତର ଅବସ୍ଥାରେ ତାଙ୍କୁ ପ୍ରଥମେ ପାଟଣା ଓ ପରେ କରଞ୍ଜିଆ ଉପଖଣ୍ଡ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଥିଲା। କିନ୍ତୁ ଡାକ୍ତର ମୃତ ବୋଲି ଘୋଷଣା କରିଥିଲେ। ଏନେଇ ପାଟଣା ଥାନାରେ ଏକ ଅପମୃତ୍ୟୁ ମାମଲା ରୁଜୁ ହୋଇଛି ।