ବସ୍ତି ଅଂଚଳରେ ବାସ କରୁଥିବା ପରିବାରଙ୍କୁ ଘର ଡିହ ପଟ୍ଟା ଯୋଗାଇ ଦିଆଯିବ

ମାଲକାନଗିରି,ଏନ୍ଏନ୍ଏସ୍ : ମାଲକାନଗିରି ପୌର ପରିଷଦରେ ଦୀର୍ଘ ବର୍ଷ ହେଲା କଚା ଘରେ ବସବାସ କରୁଥିବା ୨୯୦ ଜଣ ଗରିବ ପରିବାରକୁ ଘର ଡିହ ପଟ୍ଟା ଯୋଗାଇ ଦିଆଯିବାକୁ ନିଷ୍ପତି ଗ୍ରହଣ ନିଆଯାଇଛି । ଗତ ୨୦୧୭-୧୮ ରେ ସହର ମଧ୍ୟରେ ଥିବା ବସ୍ତି ଗୁଡିକର ଡ୍ରୋନ୍ କ୍ୟାମେରା ଯୋଗେ ଫୋଟ ଉତୋଳନ କରାଯାଇ ସେମାନଙ୍କ ସମ୍ବନ୍ଧରେ ବସ୍ତିରେ ଘର ଘର ବୁଲି ତଥ୍ୟ ସଂଗ୍ରହ କରାଯାଇଥିଲା। ରାଜ୍ୟ ସରକାରଙ୍କ ନିର୍ଦ୍ଦେଶ ଅନୁସାରେ ସହରର ବସ୍ତି ଅଂଚଳରେ ୨୦୧୭ ଠାରୁ ବସବାସ କରୁଥିବା କଚା ଘରେ ରହୁଥିବା ବ୍ୟକ୍ତିମାନଙ୍କୁ ଚିହ୍ନଟ କରାଯାଇ ସେମାନଙ୍କୁ ଏହି ସହରାଂଚଳ ଥଇଥାନ ଯୋଜନାରେ ସାମିଲ୍ କରାଯିବ ।

ମାଲକାନଗିରି ସହରରେ ୩୧୮ ଜଣଙ୍କୁ ଚିହ୍ନଟ କରାଯାଇଥିବା ବେଳେ ଯାଂଚ ବେଳେ ୨୪ ଜଣଙ୍କୁ ବାଦ ପଡ଼ିଥିଲେ। କାରଣ ସେମାନେ ତାଙ୍କର ନିର୍ଦ୍ଧିଷ୍ଟ ତଥ୍ୟ ଦେଇ ନଥିବା ଏବଂ ଜବର ଦଖଲ କରି ପକ୍କା ଘର ନିର୍ମାଣ କରିଥିବାରୁ ସେମାନଙ୍କୁ ଏଥିରୁ ବାଦ୍ ଦିଆଯାଇଛି। ଗତକାଲି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମିଳନୀ କକ୍ଷରେ ଜିଲ୍ଲାପାଳ ମନୀଷ ଅଗ୍ରୱାଲଙ୍କ ଅଧ୍ୟକ୍ଷତାରେ ଏ ସମ୍ବନ୍ଧରେ ତର୍ଜମା କରାଯାଇଥିଲା। ଯେଉଁମାନେ ଯୋଗ୍ୟ ବିବେଚିତ ହୋଇଛନ୍ତି, ସେମାନଙ୍କ ସମ୍ବନ୍ଧରେ ପୁନଃର୍ବାର ସମ୍ପୁର୍ଣ୍ଣ ତଥ୍ୟ ସଂଗ୍ରହ କରାଯିବ । ସେମାନେ ପୂର୍ବରୁ କେଉଁଠି ଥିଲେ. ତାଙ୍କର ସମ୍ପତି କେତେ ଥିଲା , କେଉଁ କାରଣରୁ ସେ ସହରରେ ଜବର ଦଖଲ କରି ବସ୍ତିରେ ଅଛନ୍ତି , ସେମାନେ ଭାରତୀୟ କି ନାହିଁ ଏଭଳି କିଛି ତଥ୍ୟ ସଂଗ୍ରହ କରାଯାଇ ଯୋଗ୍ୟ ବ୍ୟକ୍ତି ମାନଙ୍କୁ ତୁରନ୍ତ ସେମନଙ୍କର ସତ୍ୱ ଅଧିକାର ଦିଆଯିବ।

ସେହିପରି ବାଲମେଳା ବିଜ୍ଞାପିତ ଅଂଚଳରେ ୩୮୦ ଜଣ ବସ୍ତି ବାସିନ୍ଦାଙ୍କୁ ଘର ଡିହ ପଟ୍ଟା ଦେବା ପାଇଁ ଚିହ୍ନଟ କରାଯାଇଛି। ତର୍ଜମା ପରେ ଖୁବ୍ ଶ୍ରୀଘ୍ର ସତ୍ୱ ଅଧିକାର ଦିଆଯିବ ବୋଲି ବୈଠକରେ ନିଷ୍ପତି ନିଆଯାଇଛି। ଅନ୍ୟ ମାନଙ୍କ ମଧ୍ୟରେ ଏହି ବୈଠକରେ ଅତିରିକ୍ତ ଜିଲ୍ଲାପାଳ ବୀରସେନ ପ୍ରଧାନ , ଉପ – ଜିଲ୍ଲାପାଳ ରାମେଶ୍ୱର ପ୍ରଧାନ , ବାଲିମେଳା ଡି.ଏସ.ପି ସୁନାରାମ ହେମ୍ରମ , ବାଲିମେଳା ପୌର ପରିଷଦ ଅଧ୍ୟକ୍ଷା ଲକ୍ଷ୍ମି ପାଙ୍ଗି , ବାଲିମେଳା ନିର୍ବାହି ଅଧିକାରୀ କୃଷ୍ଣ ଚନ୍ଦ୍ର ରଥ , ମାଲକାନଗିରି ପୌର ପରିଷଦ ନିର୍ବାହୀ ଅଧିକାରୀ ଏମ.ନିଳକଣ୍ଠ ନାଇଡୁ , ସହରାଂଚଳ ଥଇଥାନ ଜିଲ୍ଲା ସଂଯୋଜକ ରଶ୍ମିରଞ୍ଜନ ମହାନ୍ତି , ଜାଗା ମିଶନ ସଂଞ୍ଜୋଜକ ଜୟନ୍ତ ଗାଇନ୍ , ଆଇନ ଜୀବି ଦୁର୍ଗା ପ୍ରସାଦ ତ୍ରୀପାଠୀ , ପରିବର୍ତନ ଅନୁଷ୍ଠାନର ନିର୍ଦ୍ଦେଶକ ନିତ୍ୟାନନ୍ଦ ପ୍ରଧାନ , ପୌର ପରିଷଦ ବିକାଶ ପରିଷଦ ସଦସ୍ୟ ଦୁର୍ଯ୍ୟୋଧନ ପାତ୍ରଙ୍କ ସହ ଅନ୍ୟ ସଦସ୍ୟ ସଦସ୍ୟା ମାନେ ଉପସ୍ଥିତ ଥିଲେ।