ବୃଦ୍ଧାଙ୍କ ମୃତଦେହ ରିକ୍ସା ଦ୍ୱାରା ଚିକିତ୍ସାଳୟ ନିଆଗଲା

ବାଲିଗୁଡା,ଏନ୍ଏନ୍ଏସ୍ : ବାଲିଗୁଡା ବସଷ୍ଟାଣ୍ଡ ପରିସରରେ ଥିବା ଯାତ୍ରୀ ବିଶ୍ରାନଗାରରୁ ଜଣେ ବୃଦ୍ଧାଙ୍କ ମୃତଦେହ ଉଦ୍ଧାର ହୋଇଛି। ମୃତ ବୃଦ୍ଧା କୃତମଗଡ ଅଂଚଳର ସଜନା ନାୟକ ବୋଲି ଜଣାପଡିଛି। ସର୍ମ୍ପକୀୟ ଲୋକେ ମୃତ୍ୟୁ ଖବର ପାଇ ବସଷ୍ଟାଣ୍ଡ ପରିସରରେ ପଡିରହିଥିବା ଶବ ନିକଟରେ ପହଁଚିଲଥିଲେ । ଖବର ପାଇ ଘଟଣାସ୍ଥଳରେ ବାଲିଗୁଡା ପୋଲିସ ପହଁଚିଥିଲା ଓ ପୋଲିସ ପ୍ରଥାମିକ ତଦନ୍ତ ଆରମ୍ଭ କରଥିଲେ । ଏବଂ ଉପଖଣ୍ଡ ଚିକିତ୍ସାଳୟକୁ ନେଇ ଶବବ୍ୟଚ୍ଛେଦ କର ବୋଲି ପରିବାର ଲୋକଙ୍କୁ କହିଥିଲେ। ସମ୍ପର୍କୀୟଲୋକେ ଗରୀବ ହୋଇଥିବାରୁ ମହାପରାୟଣ ଗାଡି ନପାଇ ଶବକୁ ଏକ ଟ୍ରଲି ରିକ୍ସାରେ ପକାଇ ଉପଖଣ୍ଡ ଚିକିତ୍ସାଳୟକୁ ନେଇଯାଇଥିଲା। ଚିକିତ୍ସାଳୟରେ ଶବ ବ୍ୟବଛେଦ କରାଯାଇଥିଲା। ଏ ନେଇ ବାଲିଗୁଡା ଥାନା ଆଇଆଇସି ପ୍ରଶାନ୍ତ କୁମାର ବେେହେରା କହିଛନ୍ତି ଏହାକୁ ନେଇ ଏକ ଅପମୃତ୍ୟୁ ମାମଲା କରାଯାଇଛି।