ପାଟଣା,ଏନ୍ଏନ୍ଏସ୍: ପାଟଣା ବନାଞ୍ଚଳ ଅଧୀନ ଟାଙ୍ଗରପଡା ଗ୍ରାମରୁ ରବିବାର ସକାଳେ ପିଆଶାଳ ଗଣ୍ଡି ବୋଝେଇ କରି ଯାଉଥିବା ଏକ ଟାଟା ଏସି ଗାଡିକୁ ବନବିଭାଗ ଜବତ କରିଛି। ଜବତ କାଠର ଆନୁମାନିକ ମୂଲ୍ୟ ୩୦ହଜାରରୁ ଉଦ୍ଧ୍ୱର୍ ଟଙ୍କା ହେବ ବୋଲି ବନାଞ୍ଚଳ ଅଧିକାରୀ ପବିତ୍ର ମୋହନ ନାଏକ ସୂଚନା ଦେଇଛନ୍ତି। ତେବେ ଗାଡିର ଡ୍ରାଇଭର ଓ ମାଫିଆ ଘଟଣାସ୍ଥଳରୁ ଫେରାର ହୋଇଯାଇଛନ୍ତି।