ପାଟଣା,ଏନ୍ଏନ୍ଏସ୍: କେନ୍ଦୁଝର ଜିଲ୍ଲା ପାଟଣା ବ୍ଲକ୍ ଟାଙ୍ଗର ପଡ଼ା ପଞ୍ଚାୟତ ବାଲିବନ୍ଧ ଗ୍ରାମରେ ଆଜି ଏକ ପାଣି ଟାଙ୍କି ଭୁଶୁଡ଼ି ପଡ଼ି ୨ ଜଣ ଗୁରୁତର ଆହତ ହୋଇଛନ୍ତି। ସିମେଣ୍ଟ ପାଣି ଟାଙ୍କିରେ ପାଣି ଭର୍ତ୍ତି କରୁଥିବା ବେଳେ ପାଣି ଟାଙ୍କିଟି ଭୁଶୁଡି ପଡିଥିଲା। ଏଥିରେ ମନ ବିନ୍ଧାଣୀଙ୍କ ସ୍ତ୍ରୀ କମଳା ବିନ୍ଧାଣୀ(୫୨) ଓ ତାଙ୍କ ବୋହୂ ସକୁନ୍ତଳା ବିନ୍ଧାଣୀ(୨୨) ଗୁରୁତର ଆହତ ହୋଇଛନ୍ତି।
ସେମାନଙ୍କୁ ଗୁରୁତର ଅବସ୍ଥାରେ ପ୍ରଥମେ ପାଟଣା ଓ ପରେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଛି। ଉଭୟଙ୍କ ଗୋଡ଼ ହାଡ଼ ଭାଙ୍ଗିଯାଇଥିବା ଚିକିତ୍ସା କରୁଥିବା ଡାକ୍ତର ସାଗର ଶୁଭେନ୍ଦୁ ନାୟକ କହିଛନ୍ତି।