ପରଜଙ୍ଗ/ମହାବିରୋଡ଼,ଏନ୍ଏନ୍ଏସ୍ : ଢେଙ୍କାନାଳ ଜିଲ୍ଲା ପରଜଙ୍ଗ ଥାନା ମହାବିରୋଡ଼ ଫାଣ୍ଡି ଅଞ୍ଚଳରେ ଏକ ଅଭାବନୀୟ ଘଟଣା ବୁଧବାର ରାତିରେ ଘଟିଯାଇଛି । ଖବରରୁ ଜଣାଯାଏ ପଙ୍ଗାତିରା ଗ୍ରାମର ହିଟୁଲୁ ସେଠୀଙ୍କ ପୁଅ ସୁଶୀଳ ସେଠୀ(୩୫)ବର୍ଷ ନିଜ ଘରେ ସ୍ୱାମୀ ସ୍ତ୍ରୀ ମଧ୍ୟରେ ବୁଧବାର ରାତିରେ କଳହ ସୃଷ୍ଟି ହୋଇଥିଲା । ଏହି କଳହକୁ କେନ୍ଦ୍ର କରି ସୁଶୀଳ ରାଗ ଜର୍ଜରିତ ହୋଇ ଆତ୍ମହତ୍ୟାର ପନ୍ଥା ବାଛିନେଇ ନିଜେ ବୁଧବାର ରାତିରେ ରଶି ଲଗାଇ ଆତ୍ମହତ୍ୟା କରିଥିଲେ। ଏହି ଘଟଣା ଉପରେ ଖବର ପାଇ ପରଜଙ୍ଗ ପୋଲିସ ଗୁରୁବାର ସକାଳ ପଙ୍ଗାତିରା ଗ୍ରାମରେ ପହଞ୍ଚି ଶବ ଜବତ କରିବା ସହ ବ୍ୟବଛେଦ ପାଇଁ ପରଜଙ୍ଗ ମେଡିକାଲକୁ ପଠାଇଥିଲେ। ବ୍ୟବଛେଦ ପରେ ପରିବାରକୁ ହସ୍ତାନ୍ତର କରାଯାଇ ଏ ସମ୍ବନ୍ଧେ ଏକ ଅପମୃତ୍ୟୁ ମାମଲା ରୁଜୁ କରାଯାଇଥିବା ଜଣାପଡିଛି ।