ପାଟଣା,ଏନ୍ଏନ୍ଏସ୍: କେନ୍ଦୁଝର ଜିଲ୍ଲା ବାରିଆ ଥାନା ଅନ୍ତର୍ଗତ ବୈତରଣୀ ନଦୀର ଫୁଲକଁଳେଇ ଖଲି ଚଉପତି ଘାଟରେ ବସ୍ତାରେ ବନ୍ଧା ହୋଇ ଅଚିହ୍ନା ବ୍ୟକ୍ତିଙ୍କ ଶବ ଭାସୁଥିବା ଦେଖିବାକୁ ମିଳିଛି। କେହି ହତ୍ୟା କରି ଆଣି ନଦୀରେ ଫିଙ୍ଗିଦେଇ ପଳାଇଥିବା ସନ୍ଦେହ କରାଯାଉଛି। ମୃତକଙ୍କ ପରିଚୟ ମିଳି ନଥିବା ବେଳେ ମୃତଦେହକୁ ପଥର ରେ ବାନ୍ଧି ପାଣିରେ ପକାଯାଇଛି। ଘଟଣାସ୍ଥଳରେ ବାରିଆ ପୋଲିସ ପହଞ୍ଚି ତଦନ୍ତ କରୁଥିବା ଜଣାପଡ଼ିଛି। ସନ୍ଧ୍ୟା ହେବାରୁ ଶବ ଉଧାର ହୋଇ ନଥିବା ଜଣାପଡ଼ିଛି।