ଟିପର-ବାଇକ୍ ଧକ୍କା : ୩ ବାଇକ୍ ଆରୋହୀ ମୃତ

ଜୟପୁର,ଏନ୍ଏନ୍ଏସ୍: କୋରାପୁଟ ଜିଲ୍ଲା ବୋରିଗୁମ୍ମା ଥାନା ଅନ୍ତର୍ଗତ ହାଡର଼୍ଲି ଛକ ନିକଟରେ ଏକ ଟ୍ରକ୍ ବାଇକ ମୁହାଁମୁହିଁ ଧକା ହୋଇଛି । ଫଳରେ ବାଇକରେ ଥିବା ତିନି ଜଣଙ୍କର ମୃତ୍ୟୁ ଘଟିଛି । ଖବର ପାଇ ବୋରିଗୁମ୍ମା ପୋଲିସ ସେମାନଙ୍କୁ ଉଦ୍ଧାର କରି ବୋରିଗୁମ୍ମା ମେଡ଼ିକାଲରେ ଭର୍ତି କରିଥିଲା । ହେଲେ ସେଠାରେ ଡାକ୍ତର ତିନିଜଣଙ୍କୁ ମୃତ ଘୋଷଣା କରିଥିଲେ । ମୃତ ତିନି ଜଣ ବ୍ୟକ୍ତି ଜଗଦଲପୁରର ମାଡ଼ପାଲ ଅଂଚଳର ବୋଲି ଜଣାପଡ଼ିଥିବା ବେଳେ ସେମାନେ ଚରମୂଳା ଗ୍ରାମରେ ଏକ ବିବାହ ଭୋଜିରେ ଯୋଗ ଦେଇ ନିଜ ଗ୍ରାମକୁ ଫେରୁଥିଲେ ।

ହ୍ରରଦଳି ନିକଟରେ ବିପରୀତ ଦିଗରୁ ଆସୁଥିବା ଟିପର ସହ ଧକା ହୋଇଥିଲା । ମୃତ ତିନି ବ୍ୟକ୍ତି ହେଲେ ଭଜନ ସିଂହ ସାହାଣୀ (୨୬), ପ୍ରୀତମ ସାରଦୁଲ (୨୨) ଏବଂ ସମ୍ବରୁ (୩୬) ବୋଲି ଜଣାପଡ଼ିଛି । ପୋଲିସ ଦୁର୍ଘଟଣାଗ୍ରସ୍ତ ଟିପର ଏବଂ ବାଇକକୁ ଜବତ କରିଛି । ଘଟଣାରେ ପୋଲିସ ତଦନ୍ତ ଜାରି ରଖିଛି।