ଗଞ୍ଜାମ,ଏନ୍ଏନ୍ଏସ୍: ଗଞ୍ଜାମ ଜିଲ୍ଲାର ତପ୍ତପାଣି ଘାଟି ପାଳୁଖୋଳା ନିକଟରେ ବୁଧବାର ଏକ ବସ୍ ବ୍ରିଜ ତଳକୁ ଖସିପଡ଼ିଥିବା ଜଣାପଡ଼ିଛି। ଏହି ଦୁର୍ଘଟଣାରେ ୮ଜଣଙ୍କର ମୃତ୍ୟୁ ହୋଇଛି। ସୂଚନା ଅନୁସାରେ ଗତକାଲି ରାତ୍ରିରେ ତପ୍ତପାଣି ଘାଟିରେ ବସଟି ଭାରସାମ୍ୟ ହରାଇ ନିକଟରେ ଥିବା ପାଳୁଖୋଳା ଘାଟିକୁ ଖସିପଡ଼ିଥିଲା। ତଳେ ପାଣି ରହିଥିବାରୁ ବସଟି ଓଲଟି ପାଣିରେ ପଶି ଯାଇଛି। ଏହି ଦୁର୍ଘଟଣାରେ ୮ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୪୦ରୁ ଊର୍ଦ୍ଧ୍ୱ ଆହତ ହୋଇଛନ୍ତି। ସେହିପରି ଦୁର୍ଘଟଣାସ୍ଥଳରେ ପାଣି ଯୋଗୁଁ ଉଦ୍ଧାର କାର୍ଯ୍ୟ ବାଧାପ୍ରାପ୍ତ ହୋଇଥିବା ସୂଚନା ମିଳିଛି। ତେବେ ବସ୍ ତଳେ ଆହୁରି କେତେଜଣ ଫଶି ରହିଥିବା କୁହାଯାଉଛି।
