ଖସିପଡିଲା ଫ୍ଲାଏଓଭର ବିମ୍

ଦେବଗଡ଼,ଏନ୍ଏନ୍ଏସ୍: ଦେବଗଡ ପୌରାଞ୍ଚଳ ଅନ୍ତର୍ଗତ ପୁରୁଣାଗଡ ଠାରେ ୪୯ ନଂ ଜାତୀୟ ରାଜପଥ ବାଇପାସ ରାସ୍ତାରେ ନିର୍ମାଣଧିନ ଫ୍ଲାଏଓଭର ଆଜି ସଂନ୍ଧ୍ୟା ପ୍ରାୟ ସାଢେ ୬ଟା ସମୟରେ ହଠାତ ଭୁଶୁଡି ପଡିଥିଲା। ତେବେ ଏହି ଦୁର୍ଘଟଣାରେ କୈାଣସି ଧନ ଜୀବନ ହାନୀ ଘଟି ନଥିବା ଜଣାପଡିଛି। ନିର୍ମାଣକାରୀ ଠିକା ସଂସ୍ଥା ଓରିଏଣ୍ଟାଲ ସୁପର କନଷ୍ଟ୍ରକ୍ସନ କଂପାନୀର ନିମ୍ନ ମାନର କାମ ଯୋଗୁଁ ଏଭଳି ଅଘଟଣ ଘଟିଥିବା ସ୍ଥାନୀୟ ଲୋକେ ଅଭିଯୋଗ କରିଛନ୍ତି। ଫ୍ଲାଏଓଭର ଭୁଶୁଡିବା ଖବର ପ୍ରଚାରିତ ହେବା ପରେ ଘଟଣା ସ୍ଥଳରେ ଗହଳି ହେବା ସହ ଜନସାଧାରଣରେ ଉତ୍ତେଜନା ପ୍ରକାଶ ପାଇଥିଲା।

ଖବର ପାଇ ଦେବଗଡ ଜିଲ୍ଲାପାଳ ସୁଧାଂଶୁ ମୋହନ ସାମଲ, ଅତିରିକ୍ତ ଜିଲ୍ଲାପାଳ ଧରମ ହାଂସଦା, ତହସିଲଦାର ପଲ୍ଲଭି ନାୟକଙ୍କ ସମେତ ଜିଲ୍ଲାସ୍ତରୀୟ ଅଧିକାରୀ ଓ ଦେବଗଡ ଥାନା ପୁଲିସ ଘଟଣାସ୍ଥଳରେ ପହଂଚି ପରିସ୍ଥିତି ଅନୁଧ୍ୟାନ କରୁଥିବାବେଳେ ଏହି ଘଟଣାରେ କୈାଣସି ହତାହତ ସୂଚନା ନ ଥିବା ଜିଲ୍ଲାପାଳ ଶ୍ରୀ ସାମଲ ସୂଚନା ଦେଇଛନ୍ତି। ଘଟଣାସ୍ଥଳରେ ଅନ୍ଦକାର ଥିବା କାରଣରୁ ତଳେ ଖସି ପଡିଥିବା ଫ୍ଲାଏଓଭର ବିମଗୁଡିକୁ ଉଠାଯାଇପାରି ନ ଥିବା ବେଳେ ନିର୍ମାଣକାରି ଠିକା ସଂସ୍ଥାର କୈାଣସି ଅଧିକାରୀଙ୍କୁ ଘଟଣାସ୍ଥଳରେ ଦେଖିବାକୁ ମିଳି ନଥିଲା।