କୂଅକୁ ଖସିପଡିଲା ଅଟୋ ଓ ବସ୍, ୧୧ ମୃତ

ନାସିକ: ମହାରାଷ୍ଟ୍ରର ନାସିକରେ ଏକ ମମନ୍ତୁଦ ସଡକ ଦୁର୍ଘଟଣାରେ ୧୧ଜଣଙ୍କ ମୃତ୍ୟୁ ହୋଇଛି। ମାଲେଗାଓଁରୁ କଲବାନକୁ ଯାଉଥିବା ଏକ ଯାତ୍ରୀବାହୀ ବସ୍ ଏକ ଅଟୋକୁ ଧକ୍କା ଦେଇଥିଲା। ଫଳରେ ଅଟୋଟି ରାସ୍ତା ନିକଟରେ ଥିବା କୂଅ ଭିତରକୁ ଖସି ପଡିଥିଲା। ପରେ ବସ ଭାରସାମ୍ୟ ହରାଇ କୂଅ ଭିତରକୁ ଖସି ଅଟୋ ଉପରେ ପଡିଯାଇଥିଲା। ଫଳରେ ଅଟୋରେ ଥିବା ସମସ୍ତ ୭ଜଣ ଯାତ୍ରୀଙ୍କ ମୃତ୍ୟୁ ହୋଇଛି। ତେବେ ବସରେ ଥିବା ୪ଜଣ ଯାତ୍ରୀଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି। ତେବେ ୨୦ ଜଣ ଯାତ୍ରୀ ଗୁରୁତର ଭାବେ ଆହତ ହୋଇଛନ୍ତି। ଆହତଙ୍କୁ ମେଡିକାଲରେ ଭର୍ତ୍ତି କରାଯାଇଛି।