ମାଓ ଗଡକୁ ଶକ୍ତ ଝଟକା, ଲୋକଙ୍କ ମାଡରେ ଜଣେ ମାଓବାଦୀ ମୃତ

ମାଲକାନଗିରି,ଏନ୍ଏନ୍ଏସ୍: ପ୍ରଥମ ଥର ପାଇଁ ମାଲକାନଗିରି ଜିଲ୍ଲାର ସ୍ୱାଭିମାନ ଅଞ୍ଚଳରେ ସାଧାରଣ ଜନତା ଓ ମାଓବାଦୀ ମଧ୍ୟରେ ମୁହାଁ ମୁହିଁ ହୋଇଥିବା ଜଣାପଡିଛି । ମାଓବାଦୀଙ୍କ ଅତ୍ୟାଚାରକୁ ବିରୋଧରେ ୨ମାଓବାଦୀଙ୍କୁ ସ୍ଥାନୀୟ ଲୋକେ ନିସ୍ତୁକ ମାଡ଼ ମାରିଛନ୍ତି। ଫଳରେ ଘଟଣାସ୍ଥଳରେ ଜଣେ ମାଓବାଦୀର ମୃତ୍ୟୁ ହୋଇଥିବାବେଳେ ଅନ୍ୟ ଜଣେ ଗୁରୁତର ରହିଛି । ସ୍ୱାଭିମାନ ଅଞ୍ଚଳର ପାପରମେଣ୍ଟାଲ ଥାନା ଅନ୍ତର୍ଗତ ଜନ୍ତୁରାଇ ଠାରେ ଏହି ଘଟଣା ଘଟିଥିବା ଜଣାପଡିଛି । କିଛି ମାଓବାଦୀ ଗତକାଲି ରାତ୍ରିରେ ଗ୍ରାମକୁ ଲୋକଙ୍କୁ ଉପରେ ଭୟଭୀତ କରାଇବାରୁ ଗ୍ରାମବାସୀମାନେ ଉତ୍ୟକ୍ତ ହୋଇ ଢେଲା ପଥର ଓ ଠେଙ୍ଗା ସାହାଯ୍ୟରେ ଆକ୍ରମଣ କରିଥିଲେ । ଏଥିରେ ଜଣେ ମାଓବାଦୀର ମୃତ୍ୟୁ ହୋଇଥିବା ବେଳେ ଜଣେ ଗୁରୁତ୍ବର ଆହତ ହୋଇଥିଲା । ଏହାପରେ ମାଓବାଦୀଙ୍କ ହାତଗୋଡ ବାନ୍ଧି ରଖିଥିଲେ।
ତେବେ ପୁଲିସ ଖବରପାଇ ସକାଳେ ଗ୍ରାମକୁ ଯିବା ପରେ ମୃତ ଦେହ ସହ ଆହତ ମାଓବାଦୀଙ୍କୁ ହସ୍ତାନ୍ତର କରିଥିଲେ। ପରେ ପୁଲିସ ଗୁରୁତ୍ବର ଅହତକୁ ଜିଲ୍ଲା ସଦର ମହକୁମା ଚିକିତ୍ସାଳୟରେ ଭର୍ତ୍ତି କରିଥିବା ବେଳେ ମୃତ ଦେହକୁ ଜିଲ୍ଲା ପୁଲିସ କାର୍ଯ୍ୟାଳୟକୁ ଆଣିଛି ।