ପିପିଲି,ଏନ୍ଏନ୍ଏସ୍: ପୁରୀ ଜିଲ୍ଲାର ପିପିଲି ଥାନା ଅଞ୍ଚଳରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ୨ ଶିକ୍ଷୟିତ୍ରୀଙ୍କ ମୃତ୍ୟୁ ଘଟିଛି। ସୂଚନା ଅନୁଯାୟୀ ଶନିବାର ସକାଳେ ଦାଣ୍ଡମୁକୁନ୍ଦପୁରର ପୀତବାସ ୟୁଜି ଏମ୍ଇ ସ୍କୁଲରେ କାର୍ଯ୍ୟ କରୁଥିବା ଦୁଇ ଶିକ୍ଷୟିତ୍ରୀ ସ୍ନେହଲତା ସାହୁ(୪୨) ଏବଂ ଶୁଭଲକ୍ଷ୍ମୀ ପରିଡ଼ା(୩୨) ପ୍ରତିଦିନ ଭଳି ଶନିବାର ସ୍କୁଟିରେ ବିଦ୍ୟାଳୟକୁ ଯାଉଥିଲେ।
