Notice: Function _load_textdomain_just_in_time was called incorrectly. Translation loading for the really-simple-ssl domain was triggered too early. This is usually an indicator for some code in the plugin or theme running too early. Translations should be loaded at the init action or later. Please see Debugging in WordPress for more information. (This message was added in version 6.7.0.) in /home/muhapqmy/public_html/wp-includes/functions.php on line 6131

Notice: Function _load_textdomain_just_in_time was called incorrectly. Translation loading for the publisher domain was triggered too early. This is usually an indicator for some code in the plugin or theme running too early. Translations should be loaded at the init action or later. Please see Debugging in WordPress for more information. (This message was added in version 6.7.0.) in /home/muhapqmy/public_html/wp-includes/functions.php on line 6131
ସମ୍ବଲପୁରରୁ ୫୯ ଲକ୍ଷ ବସ୍ତା ଧାନ ସଂଗୃହୀତ – Nitidin
Deprecated: Function WP_Dependencies->add_data() was called with an argument that is deprecated since version 6.9.0! IE conditional comments are ignored by all supported browsers. in /home/muhapqmy/public_html/wp-includes/functions.php on line 6131

Deprecated: Function WP_Dependencies->add_data() was called with an argument that is deprecated since version 6.9.0! IE conditional comments are ignored by all supported browsers. in /home/muhapqmy/public_html/wp-includes/functions.php on line 6131

Deprecated: Function WP_Dependencies->add_data() was called with an argument that is deprecated since version 6.9.0! IE conditional comments are ignored by all supported browsers. in /home/muhapqmy/public_html/wp-includes/functions.php on line 6131

ସମ୍ବଲପୁରରୁ ୫୯ ଲକ୍ଷ ବସ୍ତା ଧାନ ସଂଗୃହୀତ

ସମ୍ବଲପୁର,ଏନ୍ଏନ୍ଏସ୍: ସମ୍ବଲପୁର ଜିଲ୍ଲାରେ ଖରିଫ ଫସଲର ଧାନ ସଂଗ୍ରହ କାର୍ଯ୍ୟ ଜାରୀ ରିହିଥିବା ବେଳେ ଅଦ୍ୟାବଧି ଜିଲ୍ଲାରେ ୫୯ ଲକ୍ଷ ବସ୍ତା ଧାନ ସଂଗୃହୀତ ହୋଇଛି। ଅନ୍ୟ ଚାଷୀଙ୍କ ଧାନ ସର୍ଭେ କରାଯାଇ ସଂଗ୍ରହ କରାଯିବ ବୋଲି ଜଣାପଡ଼ିଛି।
ଜିଲ୍ଲାର ସେଞ୍ଚାଚଳ ପରେ ଏବେ ରେଢ଼ାଖୋଲ ଏବଂ କୁଞ୍ଚିଡ଼ା ସବଡ଼ିଭିଜନରେ ଧାନ ସଂଗ୍ରହ କାର୍ଯ୍ୟ ଯୋରଧରିଛି। ଆଜି ସୁଦ୍ଧା ଜିଲ୍ଲାର ୩୫ ହଜାର ୯୧୦ ଜଣ ଚାଷୀଙ୍କ ଠାରୁ ୫୯ ଲକ୍ଷ ୬୨ ହଜାରରୁ ଊଦ୍ଦ୍ୱର୍ ବସ୍ତା ବା ୨୫ ଲକ୍ଷ ୬୩ ହଜାର ୬୯୭ କ୍ୱିଣ୍ଟାଲରୁ ଊଦ୍ଦ୍ୱର୍ ପରିମାଣର ଖରିଫ ଫସଲର ଧାନ ଖରିଦ କରାଗଲାଣି। ଏ ବାବଦରେ ଧାନ ବିକ୍ରି କରିଥିବା ଚାଷୀଙ୍କ ବ୍ୟାଙ୍କ ଜମାଖାତାକୁ ୪୬୫ କୋଟି ୩୧ ଲକ୍ଷ ଟଙ୍କା ହସ୍ତାନ୍ତର କରାଯାଇଛି। ଇତିମଧ୍ୟରେ ଚଳିତ ଖରିଫ ଋତୁ ପାଇଁ ଖାଦ୍ୟ ଯୋଗାଣ ଏବଂ ଖାଉଟି କଲ୍ୟାଣ ବିଭାଗ ପକ୍ଷରୁ ସମ୍ବଲପୁର ଜିଲ୍ଲାରୁ ଧାନ ସଂଗ୍ରହ ପାଇଁ ଧାର୍ଯ୍ୟ କରାଯାଇଥିବା ଟାର୍ଗେଟକୁ ବଢାଇ ଦିଆଯାଇଛି। ପରିବର୍ଦ୍ଧିତ ଟାର୍ଗେଟ ଅନୁଯାୟୀ ଏଥର ଜିଲ୍ଲାରୁ ୨୮ ଲକ୍ଷ କ୍ୱିଣ୍ଟାଲ ଖରିଫ ଫସଲର ଧାନ ଖରିଦ୍ କରାଯିବ। ଜିଲ୍ଲାର ୪୬ଟି କୃଷି ସେବା ସମବାୟ ସମିତି(ପେକ୍ସ) ଓ ବହୁମୁଖୀ ସେବା ସମିତି ଏବଂ ଆଠଟି ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ ଜରିଆରେ ଧାନ ସଂଗ୍ରହ କରାଯାଉଛି। ଜିଲ୍ଲାର ପଞ୍ଜୀକୃତ ସମସ୍ତ ୪୪ ହଜାର ୮୨୫ ଜଣ ଚାଷୀଙ୍କ ଠାରୁ ଧାନ ଖରିଦ୍ କରାଯିବ। ଏଥିପାଇଁ ଜିଲ୍ଲା ସକାଶେ ଧାର୍ଯ୍ୟ ମୂଳ ୨୦ ଲକ୍ଷ ୭୦ ହଜାର ୫୮୯ କ୍ୱିଣ୍ଟାଲ ଧାନ ସଂଗ୍ରହ ଟାର୍ଗେଟକୁ ବୃଦ୍ଧି କରାଯାଇଥିବା ଯୋଗାଣ ବିଭାଗ ସୂତ୍ରରୁ ପ୍ରକାଶ। ଗତବର୍ଷର ଖରିଫ୍ ଋତୁରେ ଜିଲ୍ଲାର ୪୪ ହଜାର ୬୦ ଜଣ ଚାଷୀଙ୍କ ଠାରୁ ୨୯ ଲକ୍ଷ ୬୦ ହଜାର ୬୫୨ କ୍ୱିଣ୍ଟାଲ ଧାନ ସଂଗ୍ରହ କରାଯାଇଥିଲା।
ଅନ୍ୟପକ୍ଷେ କେନ୍ଦ୍ରୀୟ ଟୋକନ୍ ସିଷ୍ଟମ ଯୋଗୁ ଚାଷୀମାନେ ନାହିଁ ନଥିବା ହଇରାଣ ହେଉଥିବା ମଧ୍ୟ ଅଭଯୋଗ ହେଉଛି। ଆଗରୁ ରାଜ୍ୟ ସରକାରଙ୍କ ଦ୍ୱାରା ଧାର୍ଯ୍ୟ ଟାର୍ଗେଟ ଅନୁଯାୟୀ ଜିଲ୍ଲାସ୍ତରରେ ପଞ୍ଜୀକୃତ ଚାଷୀଙ୍କ ଠାରୁ ସମବାୟ ସମିତି ଜରିଆରେ ଧାନ କିଣାଯାଉଥିଲା। ଚାଷୀମାନେ ନିଜ ନିଜର ଧାନକୁ ସଂଗ୍ରହ ପରେ ପ୍ରଶାସନ ପକ୍ଷରୁ ଘୋଷିତ ବଜାର ପ୍ରାଙ୍ଗଣ ଏବଂ ବିକ୍ରୟ କେନ୍ଦ୍ରକୁ ଧାନ ଆଣି ସେହିଦିନ ବିକ୍ରି କରିପାରୁଥିଲେ। ଦର ଯାହାହେଉନା କାହିଁକି ଚାଷୀମାନେ ନିଜ ସୁବିଧା ଅନୁସାରେ ବଜାର ପ୍ରାଙ୍ଗଣକୁ ଧାନ ଆଣୁଥିଲେ। ଏପରିକି କମ୍ ଉତ୍ପାଦନ କରୁଥିବା ଚାଷୀମାନେ ଟ୍ରଲି ଭଡ଼ାକୁ ମିଳିମିଶି ବହନ କରି ବଜାର ପ୍ରାଙ୍ଗଣକୁ ଧାନ ଆଣୁଥିଲେ। ଏଥର ତାହାକୁ ଭୁବନେଶ୍ୱରରୁ ପରିଚାଳନା କରାଯାଉଛି। ଚାଷୀମାନେ କ୍ରେନ୍ଦ୍ରୀୟ ସିଷ୍ଟମରୁ ମୋବାଇଲ ମେସେଜ ପାଇବା ପରେ ପୂର୍ବ ନିର୍ଦ୍ଧାରିତ ତାରିଖର ଧାନ ଆଣୁଛନ୍ତି। ତାପରଦିନ ପୁଣି ଚକ୍ଷୁ ଦାଗ ବା ଆଇରିସ ସ୍କାନ ପାଇଁ ସେହି ୟାର୍ଡ଼କୁ ଯାଉଛନ୍ତି। ଏହି ସିଷ୍ଟମରେ ଚାଷୀଙ୍କୁ ସେମାନଙ୍କ ଧାନ ବିକିବା ପାଇଁ ତାରିଖ ଦିଆଯାଉଛି। ଏପରିକି ଧାନ ଅମଳ କରିନଥିବା ଚାଷୀ ତାରିଖ ପାଉଛନ୍ତି। ବିଭିନ୍ନ କାରଣରୁ ସେହିସମୟ ମଧ୍ୟରେ ଧାନ ବିକ୍ରି କରିପାରୁନଥିବା ଚାଷୀଙ୍କ ଧାନ କ୍ରୟର ବ୍ୟବସ୍ଥା କରାଯିବାକୁ ଦାବି ହେଉଛି। ଏନେଇ ପ୍ରଶାସନ ପକ୍ଷରୁ ସର୍ଭେ କରାଯାଇ ବଞ୍ଚିତ ଚାଷୀଙ୍କୁ ସେମାନଙ୍କ ଧାନ ବିକ୍ରିର ସୁଯୋଗ ଦେବାପାଇଁ ପଦକ୍ଷେପ ନିଆଯାଉଥିବା ଜଣାପଡ଼ିଛି।