ହାତୀ ଆକ୍ରମଣରେ ୨ମୃତ, ଜଣେ ଗୁରୁତର

ଖୋର୍ଦ୍ଧା,ଏନ୍ଏନ୍ଏସ୍: ଜଙ୍ଗଲ ଛାଡି ଖାଦ୍ୟ ଅନ୍ୱେଷଣରେ ଜନବସତି ମୁଁହା ଜଙ୍ଗଲୀ ହାତୀ । ସେଥିପାଇଁ ବିଭିନ୍ନ ସମୟରେ ବ୍ୟାପକ ଧନ ଜୀବନ ନଷ୍ଟ ହେଉଛି । ସେହିପରି ଆଜି ଖୋର୍ଦ୍ଧା ଜିଲ୍ଲା ବେଗୁନିଆ ବ୍ଲକ୍ ହଜ ଏବଂ କଲରାଝର ଗ୍ରାମରେ ଜଙ୍ଗଲୀ ହାତୀ ଆକ୍ରମଣରେ ୨ଜଣଙ୍କ ଜୀବନ ହାନୀ ହୋଇଥିବା ବେଳେ ଅନ୍ୟ ଜଣେ ଗୁରୁତର ଆହତ ହୋଇଥିବା ଜଣାପଡିଛି । 

ଭୋର ସମୟରେ ନିଜ ବାଡିକୁ ପରିସ୍ରା ପାଇଁ ଯାଇଥିବା ବେଳେ ହାତୀ ଆକ୍ରମଣର ଶିକାର ହୋଇଥିଲେ । ମୃତକ ହେଲେ ହଜ ଗ୍ରାମର ବଂଶୀଧର ଛୁଆଳ ସିଂ ଏବଂ କଲରାଝର ଗ୍ରାମର ସନାତନ ପ୍ରଧାନ। ସେହିପରି ଉକ୍ତ ଗ୍ରାମର ବ୍ରଜବନ୍ଧୁ ସାହୁ ଗୁରୁତର ଆହତ ହୋଇ ଖୋର୍ଦ୍ଧା ମୁଖ୍ୟ ଚିକିତ୍ସାଳୟରେ ଚିକିତ୍ସିତ ହେଉଛନ୍ତି । ବନବିଭାଗ ହାତୀମାନଙ୍କୁ ଘଉଡାଇବାରେ ବିଫଳ ହେଉଥିବାରୁ ଗୋଟେ ପରେ ଗୋଟେ ମଣିଷ ଜୀବନ ଯାଉଛି ବୋଲି ସ୍ଥାନୀୟ ଲୋକମାନେ ଅଭିଯୋଗ କରିଛନ୍ତି । ଏନେଇ ସ୍ଥାନୀୟ ଲୋକଙ୍କ ମଧରେ ଉତ୍ତେଜନା ଦେଖାଯିବା ସହ ସ୍ଥାନୀୟ ଲୋକମାନେ ରାସ୍ତା ଅବରୋଧ କରିଛନ୍ତି ।