ଇଏ କି ନ୍ୟାୟ ! ଦୁଷ୍କର୍ମ ପୀଡିତା ପରିବାରକୁ ନିଆଁପାଣି ବନ୍ଦ କଲେ ଗ୍ରାମବାସୀ

ପାଟଣା,ଏନ୍ଏନ୍ଏସ୍: କେନ୍ଦୁଝର ଜିଲ୍ଲା ପାଟଣା ଥାନା ଡୁମୁରିଆ ପଞ୍ଚାୟତ ପିଛୁଳାବେଡା ଗ୍ରାମର ନଦନବେଡା ପାତ୍ର ସାହି ରେ ଜଣେ ୧୪ ବର୍ଷର ନାବାଳିକା ତାଙ୍କ ଦାଦାପୁଅ ଦ୍ୱାରାଦୁଷ୍କର୍ମର ଶିକାର ହୋଇ ଗର୍ଭବତୀ ହୋଇଥିଲେ। ଜାନୁୟାରୀ ୬ତାରିଖ ସକାଳୁ କେନ୍ଦୁଝର ହସ୍ପିଟାଲରେ ଏକପୁତ୍ର ସନ୍ତାନକୁ ପ୍ରସବ ଦେବାପରେ ଏବେ ଦୁର୍ଦ୍ଦଶା ବଢିଯାଇଛି। କୁମାରୀ ମାତୃତ୍ୱକୁ ନେଇ ଗ୍ରାମବାସୀ ପୀଡିତା ଓ ପୀଡିତାର ପରିବାରକୁ ନିଆଁ ପାଣି ବନ୍ଦ କରିବା ସହିତ ଗାଁ ପୋଖରୀରେ ଗାଧେଇବା କୁ ମନାକରିଦେଇଛନ୍ତି।

ଏପରିକି ପରିବାର ସହିତ କେହି କଥା ବାର୍ତା କରୁ ନଥିବା ପିଡିତା ଅଭିଯୋଗ କରିଛନ୍ତି। ଭାଇ ଦ୍ୱାରା ଦୁଷ୍କର୍ମର ଶିକାର ପରେ ନାବାଳିକା ଘଟଗାଁ ଥାନାରେ ୫/୬ମାସ ତଳେ ଅଭିଯୋଗ କରିବା ପରେ ପିଡିତାର ଏତଲା ପରେ ଘଟଗାଁ ପୋଲିସ ଅଭିଯୁକ୍ତ ଦାଦା ପୁଅ ଭାଇକୁ ଗିରଫ କରି ରାଉରକେଲା ସ୍ଥିତ ବାଳାଶ୍ରମରେ ରଖିଛି। ସୂଚନା ଅନୁଯାୟୀ ୧୦ମାସ ତଳେ ଏହି ନାବାଳିକା ଜଣକ ଗାଁ ନିକଟ ଜଙ୍ଗଲକୁ ଛେଳି ଚରାଇବାକୁ ଯାଇଥିବାବେଳେ ଦାଦା ପୁଅ ଭାଇ ଦ୍ୱାରା ଦୁଷ୍କର୍ମର ଶୀକାର ହୋଇଥିଲେ। ଏହିକଥା ଘରେ କାହାକୁ କହିଲେ ନାବାଳିକାଙ୍କୁ ଜୀବନରୁ ମାରିଦେବାକୁ ଦାଦା ପୁଅ ଭାଇ ଧମକ ଦେଇଥିଲ।

ଏହା ପରେ ୧୫ବର୍ଷର ଦାଦା ପୁଅ ଭାଇ ନାବାଳିକାଙ୍କୁ ଅନେକଥର ଦୁଷ୍କର୍ମ କରିଥିଲା ଫଳରେ ନାବାଳିକା ଜଣକ ଗର୍ଭବତୀ ହୋଇଥିଲେ। ଗୁରୁବାର ଘଟଗାଁ ପୋଲିସ ପକ୍ଷରୁ ସତ୍ୟ ନାରାୟଣ ପରିଡା ଓ କେନ୍ଦୁଝର ସ୍ଥିତ ୱାନଷ୍ଟପ ସେଣ୍ଟରର ପରିଚାଳିକା ଘଟଣା ସ୍ଥଳରେ ପହଞ୍ଚି ପୀଡିତା କୁ ଦେଖାକରି ଖବର ନେଇଥିଲେ। ଏଥିନେଇ ପାଟଣା ତହସିଲଦାର ଶିବ ପ୍ରସାଦ ମୁର୍ମୁଙ୍କୁ ପଚାରିବାରୁ ଏନେଇ ପୋଲିସର ପରାମର୍ଶ ନେଇ ପରବର୍ତ୍ତୀ କାର୍ୟ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି କହିଛନ୍ତି।