ମିନିଟ୍ରକ ପଛକୁ ପିଟିଲା କାର : ୪ ଆହତ

ମୋହନା,ଏନ୍ଏନ୍ଏସ୍ : ଗଜପତି ଜିଲ୍ଲାର ମୋହନାରେ ସଡ଼କ ଦୁର୍ଘଟଣାରେ ୪ ଆହତ । ଆହତମାନଙ୍କୁ ଚିକିତ୍ସା ଲାଗି ସ୍ଥାନୀୟ ମେଡିକାଲରେ ଭର୍ତ୍ତି କରାଯାଇଛି। ସେମାନଙ୍କ ମଧ୍ୟରେ ଜଣେ ଗୁରୁତର ଭାବେ ଆହତ ହୋଇଥିବା ଜଣା ପଡିଛି।

ସୂଚନା ଅନୁଯାୟୀ, ଗୁରୁବାର ବିଳମ୍ବିତ ରାତିରେ ଗଜପତି ଜିଲ୍ଲାର ପାଦ୍ରୀମା ଗାଁ ନିକଟରେ ଏହି ଦୁର୍ଘଟଣା ଘଟିଛି। ଘନ କୁହୁଡି ଯୋଗୁଁ ମିନିଟ୍ରକ ପଛରେ ଏକ କାର ପିଟି ହେବାରୁ ଏହି ଦୁର୍ଘଟଣା ଘଟିଥିବା ଜଣାପଡିଛି। ଦୁର୍ଘଟଣାରେ ୪ ଜଣ ଆହତ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ଜଣେ ଗୁରୁତର ଭାବେ ଆହତ ‌ହୋଇଥିବା ଜଣାପଡିିଛି। ସମସ୍ତ ଆହତମାନଙ୍କୁ ଚିକିତ୍ସା ଲାଗି ସ୍ଥାନୀୟ ମେଡିକାଲରେ ଭର୍ତ୍ତି କରାଯାଇଛି।