ନୂଆଦିଲ୍ଲୀ,ଏଜେନ୍ସି: କଳା ଓ ବାଣିଜ୍ୟର ଛାତ୍ରୀଛାତ୍ରୀମାନେ ମଧ୍ୟ ବିଏସସି ନର୍ସିଂ କୋର୍ସ କରିପାରିବେ ବୋଲି ନର୍ସିଂ କାଉନସିଲ ପକ୍ଷରୁ ଏକ ପ୍ରସ୍ତାବ ଦିଆଯାଇଛି। ବର୍ତ୍ତମାନର ସ୍ଥିତି ଅନୁସାରେ ଯୁକ୍ତ ଦୁଇ ବିଜ୍ଞାନ ଛାତ୍ରଛାତ୍ରୀମାନେ ନର୍ସିଂ କରିବାକୁ ଯୋଗ୍ୟ ବିବେଚିତ ହେଉଥିବା ବେଳେ କଳା ଓ ବାଣିଜ୍ୟ ଛାତ୍ରଛାତ୍ରୀମାନଙ୍କ ପାଇଁ ମଧ୍ୟ ଏକ ପ୍ରସ୍ତାବ ଦିଆଯାଇଛି। ଯେଉଁଥିରେ ସେମାନେ ମଧ୍ୟ ନର୍ସିଂ କରିବାରେ ସକ୍ଷମ ହେବେ ବୋଲି ଦର୍ଶାଯାଇଛି। ତେବେ କାଉନସିଲର ଏହି ପ୍ରସ୍ତାବରେ ମତାମତ କିମ୍ବା ଫିଡବ୍ୟାକ୍ ଦେବା ପାଇଁ ଜାନୁଆରୀ ୨୪ ତାରିଖ ପର୍ଯ୍ୟନ୍ତ ସମୟ ଦେଇଛନ୍ତି।
ଏହି ଚିଠିରେ ଯୁକ୍ତ ଦୁଇର କଳା, ବାଣିଜ୍ୟ, ବିଜ୍ଞାନ, ମାନବବାଦୀ କ୍ଷେତ୍ରରେ ପାସ୍ କରିଥିବେ ଓ ଏକାଡେମିକ/ ଇଲେକ୍ଟିଭରେ ୪୫ ପ୍ରତିଶତ ମାର୍କ ରଖି ଉତ୍ତୀର୍ଣ୍ଣ ହୋଇଥିବେ ସେମାନେ ଏହି କୋର୍ସ ପାଇଁ ଆବେଦନ କରିପାରିବେ ବୋଲି କୁହାଯାଇଛି।
ତେବେ ଏହି କୋର୍ସଟି ୪ ବର୍ଷ ଓ ଏହାକୁ ୮ଟି ସେମିଷ୍ଟରେ ଭାଗ କରାଯାଇଛି।