ମାଓବାଦୀଙ୍କ ଲଙ୍କାକାଣ୍ଡ : ଜାଳିଦେଲେ ୩ଟି ଗାଡ଼ି

ମୁନିଗୁଡ଼ାଏନ୍ଏନ୍ଏସ୍ : ରାସ୍ତାକାମକୁ ବିରୋଧ କରି ମାଓବାଦୀଙ୍କ ଲଙ୍କାକାଣ୍ଡ ଦେଖିବାକୁ ମିଳିଛି। ଶରଧାପୁରରୁ ଥୁଆପାଡ଼ି ପ୍ରଧାନମନ୍ତ୍ରୀ ଗ୍ରାମ୍ୟ ସଡ଼କକୁ ବିରୋଧ କରି, ମାଓବାଦୀ ରାସ୍ତାକାମରେ ନିୟୋଜିତ ଜେସିବି ସମେତ ୩ଟି ଗାଡ଼ି ଜାଳି ଦେଇଥିବା ଶନିବାର ଜଣାପଡ଼ିଛି।  ସୂଚନା ଅନୁଯାୟୀ, ଟିକରପଡ଼ା ଗାଁ ନିକଟରେ ପ୍ରାୟ ୧୫ ଜଣ ମାଓବାଦୀ ଉକ୍ତ ଗାଡ଼ିକୁ ଜାଳିଦେଇଥିବା ଜଣାପଡ଼ିଛି। ଘଟଣାସ୍ଥଳରେ ୩ଟି ମାଓ ପୋଷ୍ଟର ସହ ରାସ୍ତା କାମ ବନ୍ଦ ପାଇଁ ଚେତାବନୀ ଦିଆଯାଇଛି।