ଭୁବନେଶ୍ୱର,ଏନ୍ଏନ୍ଏସ୍: ଓଡ଼ିଶାର ଜଣେ ଜଣାଶୁଣା ଭାରୋତ୍ତୋଳିକା ଭାବେ ଝିଲ୍ଲୀ ଦଳବେହେରାଙ୍କୁ ଏକଲବ୍ୟ ପୁରସ୍କାର ଦିଆଯିବ। ଏ ନେଇ ଏକଲବ୍ୟ ପୁରସ୍କାର ଜୁରି କମିଟି ବୈଠକରେ ନାମ ଚୂଡ଼ାନ୍ତ ହୋଇଯାଇଛି। ତେବେ ଇମ୍ପାକ୍ଟ ପକ୍ଷରୁ ଏହି ପୁରସ୍କାର ପ୍ରଦାନ କରାଯାଉଛି।
ଏହି ପରିପ୍ରେକ୍ଷୀରେ ତାଙ୍କୁ ନଗଦ ୫ଲକ୍ଷ ଟଙ୍କା ପୁରସ୍କାର ରାଶି ଦିଆଯିବ। ସେହିପରି ଅନ୍ୟ ୨ କ୍ରୀଡ଼ାବିତ୍ଙ୍କୁ ମିଳିବ ସାଇଟେସନସମ୍ମାନ। ଫୁଟବଲ ଷ୍ଟାର ଜବାମଣି ଟୁଡୁ ଓ ହକି ଷ୍ଟାର ନମିତା ଟପ୍ପୋଙ୍କୁ ସାଇଟେସନ ସମ୍ମାନ ପ୍ରଦାନ କରାଯିବ।