ମାଲକାନଗିରି,ଏନ୍ଏନ୍ଏସ୍: ମାଲକାନଗିରି ଜିଲ୍ଲା ମୋଟୁ ଥାନା ଅନ୍ତର୍ଗତ ପେଟା ଗ୍ରାମରେ ଚାଲିଥିବା ଗ୍ରାନାଇଟ ଖଣି ଲିଜ ଧାରୀଙ୍କୁ କିଛି ବ୍ୟକ୍ତି ମାଓବାଦୀର ପରିଚୟ ଦେଇ ୫୦ଲକ୍ଷ ଟଙ୍କା ଦେବାକୁ ଧମକ ଦେଇଥିବା ଘଟଣାରେ ଆଜି ପୁଲିସ ୫ ଜଣଙ୍କୁ ଗିରଫ କରିଛି।
ସୂଚନା ଅନୁସାରେ ମାଲକାନଗିରି ସ୍ଥିତ ପେଟା ଗ୍ରାମରେ ଥିବା ଗ୍ରାନାଇଟ ଖଣି ମାଲିକଙ୍କୁ କିଛି ଦୁର୍ବୃତ୍ତ ମାଓବାଦୀର ପରିଚୟ ଦେଇ ୫୦ ଲକ୍ଷ ଟଙ୍କା ମାଗିଥିଲେ। ଏଥି ସହିତ ଟଙ୍କା ନଦେଲେ ସମ୍ପୃକ୍ତ ଖଣିକୁ ବୋମାରେ ଉଡାଇ ଦେବାକୁ ଧମକ ଦେଇଥିଲେ । ତେବେ ଏହାପରେ ସମ୍ପୃକ୍ତ ଖଣି ଲିଜ ମାଲିକ ମୋଟୁ ଥାନାରେ ଅଭିଯୋଗ କରିଥିଲେ। ପୁଲିସ ଅଭିଯୋଗ ପରେ ତଦନ୍ତ ଆରମ୍ଭ କରି ୫ ଜଣଙ୍କୁ ଗିରଫ କରିଛି ।
ଗିରଫ ଅଭିଯୁକ୍ତମାନେ ନକଲି ମାଓବାଦୀ ଓ ସେମାନେ ମାଲକାନଗିରି ଜିଲ୍ଲାର ମୋଟୁ ଅଞ୍ଚଳର ୩ଜଣ ଏବଂ ଆନ୍ଧ୍ରପ୍ରଦେଶର ୨ଜଣ ବୋଲି ମାଲକାନଗିରି ଏସଡିପିଓ ପ୍ରହ୍ଲାଦ ସହାଇ ମିନା ପ୍ରକାଶ କରିଛନ୍ତି।