ଭେଷଜ ସପ୍ତାହ ପାଳନ ଉପଲକ୍ଷେ ସେଞ୍ଚୁରିଆନ ବିଶ୍ୱବିଦ୍ୟାଳୟ ଛାତ୍ରଛାତ୍ରୀଙ୍କ ରାଲି

ରାୟଗଡ଼ା,ଏନ୍ଏନ୍ଏସ୍: ଜାତୀୟ ଭେଷଜ ସପ୍ତାହ ପାଳନ ଅବସରରେ ସ୍ଥାନୀୟ ରାୟଗଡ଼ା ସହର ଉପଖଣ୍ଡ ସେଞ୍ଚୁରିଆନ ବିଶ୍ୱବିଦ୍ୟାଳୟର ଫାର୍ମାସୀ ବିଭାଗ ଛାତ୍ରଛାତ୍ରୀଙ୍କ ତରଫରୁ ଏକ ଶୋଭାଯାତ୍ରାର ଆୟୋଜିତ ହୋଇଛି।

ଏହି ଶୋଭାଯାତ୍ରାରେ ଶିକ୍ଷାର୍ଥୀ ହାତରେ ପ୍ଲାକାର୍ଡ ଧରି ଚିକିତ୍ସା ଜନିତ ସଚେତନତା ବାର୍ତ୍ତା ଦେଇ ସ୍ଥାନୀୟ ଗଜପତି ଛକଠାରୁ ବାହାରି ବସ୍‍ଷ୍ଟାଣ୍ଡ ଛକ ଓ ପରେ ଷ୍ଟେଟ୍ ବ୍ୟାଙ୍କ ଛକ ଯାଏଁ ଯାଇଥିଲେ।

ଔଷଧ ମାତ୍ରାଧିକ ବ୍ୟବହାର ନକରିବା, ରୋଗ ବ୍ୟାପିବା ପୂର୍ବରୁ ସଚେତନ ହେବା, ସୁରକ୍ଷିତ ଉପଚାର କରିବା ଓ ନିଜେ ସ୍ୱଚ୍ଛ ରହିବା ସହ ନିଜ ଚତୁପାଶ୍ୱର୍କୁ ସ୍ୱଚ୍ଛ ରଖିବା ଇତ୍ୟାଦି ସ୍ଲୋଗାନ ଦେଇ ଛାତ୍ରଛାତ୍ରୀ ସହର ପରିକ୍ରମା କରିଛନ୍ତି।

ଏହି ଅବସରରେସେଞ୍ଚୁରିଆନ ବିଶ୍ୱବିଦ୍ୟାଳୟ ଫାର୍ମାସୀ ବିଭାଗ ଅଧ୍ୟକ୍ଷ ଚନ୍ଦ୍ରଶେଖର ପାତ୍ର, ଅଧ୍ୟାପକ ଦୀପଙ୍କର ରଥ, ନିହାର ରଞ୍ଜନ କର, ଏଲଅଲିକ କୁମାର, ସୁକାନ୍ତ ସତପଥୀଙ୍କ ସମେତ ପଲ୍ଲିଶ୍ରୀ ଦତ୍ତ ଓ ଅନ୍ୟମାନେ ଅଂଶ ଗ୍ରହଣ କରିଛନ୍ତି।