ନୂଆଦିଲ୍ଲୀ,ଏଜେନ୍ସି: ଭାରତର ଯୁବ ସୁଟିଂ ଷ୍ଟାର ମନୁ ଭାକର ୨୦୧୯ ଆଇଏସଏସଏଫ୍ ବିଶ୍ୱକପ୍ରେ ଭାରତ ପ୍ରଥମ ସ୍ୱର୍ଣ୍ଣ ପଦକ ଜିତି ଇତିହାସ ରଚିଛନ୍ତି। ମହିଳାଙ୍କ ୧୦ମିଟର ଏୟାର ପିସ୍ତଲ ପ୍ରତିଯୋଗିତାରେ ମନୁ ଭାକର ସ୍ୱର୍ଣ୍ଣ ପଦକ ଜିତିଛନ୍ତି। ହିନା ସିଦ୍ଧୁଙ୍କ ପରେ ମନୁ ବିଶ୍ୱକପ୍ରେ ୧୦ମିଟର ଏୟାର ପିସ୍ତଲରେ ସ୍ୱର୍ଣ୍ଣ ଜିତି ଦ୍ୱିତୀୟ ଭାରତୀୟ ହୋଇଛନ୍ତି।
