ସ୍ୱାମୀ ହତ୍ୟାର ସଠିକ୍ ତଦନ୍ତ ପାଇଁ ସ୍ତ୍ରୀର ନିବେଦନ

ନବରଙ୍ଗପୁର, ଏନ୍ଏନ୍ଏସ୍ : ନବରଙ୍ଗପୁର ଜିଲ୍ଲା ଚନ୍ଦାହାଣ୍ଡି ଥାନା ଅନ୍ତର୍ଗତ ଫଟିକି ଗ୍ରାମର ହିରେନ୍ଦ୍ରୀ ନାୟକଙ୍କ ସ୍ୱାମୀ ହତ୍ୟାର ସଠିକ୍ ତଦନ୍ତ ପାଇଁ ଗୁରୁବାର ଜିଲ୍ଲାପାଳଙ୍କ ନିକଟରେ ଆକୁଳ ନିବେଦନ କରିଛନ୍ତି ପତ୍ନୀ। ଜିଲ୍ଲାପାଳଙ୍କୁ ଏକ ଦାବିପତ୍ର ମଧ୍ୟ ପ୍ରଦାନ କରିଛନ୍ତି। ଦାବିପତ୍ର ଦେବା ସମୟରେ ଶ୍ୱଶୂର ଜଗନେଶ୍ୱର ନାୟକ, ଶାଶୂ ଯମୁନା ନାୟକ, ଦେଢ଼ଶୁର ଦେବରାଜ ନାୟକ,କାଳେଶ୍ୱର ନାୟକ ପ୍ରମୁଖ ସେଠାରେ ଉପସ୍ଥିତ ଥିଲେ।

ସୂଚନା ଅନୁଯାୟୀ, ଗତମାସ ୩୧ତାରଖ ରାତିରେ ଶୋଇଥିବାବେଳେ ବାହାରକୁ ପରିସ୍ରା କରିବାକୁ ଉଠିଥିବାବେଳେ ହିରେନ୍ଦ୍ରୀଙ୍କ ସ୍ୱାମୀ ଆଉ ଘରକୁ ଫେରିନଥିଲେ। ୧ତାରିଖ ଗ୍ରାମଠାରୁ ଦୂର ଏକ ଗଛରେ ସେ ଝୁଲୁଥିବା ଗ୍ରାମବାସୀ ଦେଖି କହିଥିଲେ। ସ୍ୱାମୀଙ୍କ ଝୁଲୁନ୍ତା ଶବ ନିକଟରେ ଫଟିକି ଗ୍ରାମର ନୁର ମହମ୍ମଦଙ୍କ ଝିଅ ସବନମ୍ ମଧ୍ୟ ମୃତ୍ୟୁବରଣ କରିଥିବା ସହ ଶବ ଝୁଲୁଥିବାର ଦେଖିଥିଲେ। ତେବେ ଶବ ବ୍ୟବଚ୍ଛେଦ ରିପୋର୍ଟକୁ ଭିତ୍ତିକରି ସ୍ୱାମୀଙ୍କୁ ଘୋଷାରୀ ମାରିଦେବା ସହ ଗଛରେ ଟାଙ୍ଗି ଦେଇଥିବା ହିରେନ୍ଦ୍ରୀ ନାୟକ ଅଭିଯୋଗ କରିଛନ୍ତି। ଏ ସମ୍ପର୍କରେ ଡ. ପ୍ରଶାନ୍ତ ଦାସଙ୍କୁ ପଚାରିବାରେ ଶବ ବ୍ୟବଚ୍ଛେଦ ରିପୋର୍ଟ ପ୍ରଦାନ କରାଯାଇଥିବା କହିଥିଲେ।